Kshya Champu

କ୍ଷ ଚମ୍ପୂ – Kṣa Champu

କ୍ଷମାନୁକମ୍ପାଧର ହେ,

କ୍ଷୀରସାଗରସମ୍ଭବାକୁଚକୁମ୍ଭଯୁଗଳ ପରିରମ୍ଭଚତୁର ହେ ।ପଦ।

କ୍ଷିତିଚକ୍ରବାଳ ମହାଭୀତି ନିବାରଣ ହେ,

ଶ୍ରୁତିଶିରଅବତଂସାକୃତି ଶ୍ରୀଚରଣ ହେ,

ମରାଳବିହରଣ, -କରାର୍ଚ୍ଚିତ ଚରଣ, ଧରାଭାରହରଣ, ଚରାଚର ଶରଣ,

ତରାବର କିରଣ, -ବରାବର ଚରଣ, ନଖାଂଶୁ ସୁରଗଣଶିଖାଭରଣ ହେ ।୧।

କ୍ଷଣେ ହେଲେ ନାମକୁ ନ ଭଣେ ମୁଁ ତୁମ୍ଭର ହେ,

ଜଣେ ତ ହେବାରୁ ପାପିଗଣେ ବିଶ୍ଵମ୍ଭର ହେ,

ମନା ନ କର ହିତ, ଅନାଦର ରହିତ, -ଅନାଉଣି ନିରତ, ଚୂନା କରୁ ଦୂରିତ,

ଅନାରତ ମୋ ଚିତ୍ତ, ମନାସୁଛି  ଅହିତ, ଜନାର୍ଦ୍ଦନ ପତିତଜନାବହିତ ହେ ।୨।

କ୍ଷମ ତ ମୁଁ ନୁହେ ଅନୁପମ-ଅନୁଭାବ ହେ,

ଯମ ଦଣ୍ଡରୁ ମୋ ରକ୍ଷା କେମନ୍ତଟି ହେବ ହେ,

ଜଳାକରଭବନ, -ବଳାସୁଖ ଭୁବନ, -ବଳାହିତ ରତନ, ବଳାବରଜ, ଜନ-

କଳାପର ବୃଜିନ, ଦଳା ସୁକୃତଧନ, -ବଳାଢ୍ୟ ମୁନିମନ, -କଳାପି-ଘନ ହେ ।୩।

କ୍ଷମାଧିପ ଜଗଦ୍ଦେବ ସମାପନ କରେ ହେ,

ଶ୍ରମାର୍ତ୍ତ ହେବାରୁ ଭବ ଭ୍ରମାତିଶୟରେ ହେ,

ବ୍ୟଥା ନିବହ ହର, ପ୍ରଥା ଚଳୁ ମିହିର, -ପଥାନ୍ତରକୁ ହର, ରଥାଦିରୁ ଅମର-,

ମଥାମଣି ନିକର, ରଥାଙ୍ଗଯୁତ କର, କଥା ବିନୟ ମୋର ବୃଥା ନ କର ହେ ।୪।

Advertisements

Ha Champu

ହ ଚମ୍ପୂ – Ha Champu

ହରି ଆମ୍ଭର ହେ, ଏତ ପ୍ରାଣର ଧନ[1] ।ପଦ।

ହରିହୟମଣିକି ଜିଣିଛି ଅପଘନ,

ନିନ୍ଦୁଅଛି ଇନ୍ଦୁକୁ ବଦନ ଗୋ ।୧।

ହଜାର ସଂଖ୍ୟକ ହେଲେ ହେଲେହେଁ ମଦନ,

ନୋହିବ ଏ ମୋହନ ସମାନ ଗୋ ।୨।

ହଜି ନ ଯିବ ଜୀମୂତକେଶାର କି ଜ୍ଞାନ

ଶୁଣୁ ଶୁଣୁ ମୃଦୁ ବେଣୁଗାନ ଗୋ ।୩।

ହଟି ଥରେ କରିବା କି ରଦାମ୍ବର ପାନ,

ହେଉ ଫଳବନ୍ତ ଯଉବନ ଗୋ ।୪।

ହାର ମଧ୍ୟରେ ଆମ୍ଭ ତରଳରତନ ଗୋ,

ହେବେ କି ଏ ଯୁବତୀ ଜୀବନ ଗୋ ।୫।

ହୃଷ୍ଟ ହୋଇ ଅଷ୍ଟଦୁର୍ଗ ନମୁଚିସୂଦନ ଗୋ,

କରେ ଏ ରସରେ ବିରଚନ ଗୋ ।୬।

[1] ତାଳପତ୍ର ପୋଥି ଅନୁସାରେ ‘ହରି ହାମାର ହେ ଏତ ପ୍ରାନେର୍ଦ୍ଧନ’। ଏଠାରେ ଉପରେ ବହୁପ୍ରଚଳିତ ‘ହରି ଆମ୍ଭର’ ଦିଆଗଲା । ମୂଳରେ କବି ବଙ୍ଗର ଶ୍ରୀଚୈତନ୍ୟଙ୍କ ପ୍ରଭାବରୁ ଭାବାବେଗରେ ବଙ୍ଗାଳୀ ଭାଷା ଭଳି ‘ହାମାର’ ଓ ‘ପ୍ରାନେର୍ଦ୍ଧନ’ ଲେଖିଥିବା ମଧ୍ୟ ଆଦୌ ଅସମ୍ଭବ ନୁହେଁ, କାରଣ କବିସୂର୍ଯ୍ୟ ନିଜ ରଚନାଗୁଡ଼ିକରେ ଅନ୍ୟତ୍ର ମଧ୍ୟ ଅନ୍ୟ ଭାଷାଗୁଡ଼ିକର ଶବ୍ଦ, ମାଧୁର୍ଯ୍ୟ ରକ୍ଷା କରି, ବ୍ୟବହାର କରିଛନ୍ତି,  ଯେପରି ‘ଫଉଜ’ ।

Ṣa Champu

ଷ ଚମ୍ପୂ – Ṣa Champu

ଷଟପଦନୀଳକେଶା ଆଗୋ ଚାହଁ ଚାହଁ,

ସର୍ବଂସହାରେ ଖେଳୁଛି ନବ ବାରିବାହ,

ସମୀପରେ ତାର ରହି,

ସରଜୁଛନ୍ତି ନର୍ତ୍ତନ ଅନେକ ବରହୀ ।୧।

ସଜ ହୋଇ ସ୍ମରସରଦାର ଅବା ଆସେ,

ସ୍ଵକୀୟ ଫଉଜ ଘେରିଅଛି ଚଉପାଶେ,

ସାରିଦେବି ପରା ଆଜ,

ସରୋଜସୁନ୍ଦରନେତ୍ରା ଜନ ମନ ଲାଜ ।୨।

ସୁରେଶ୍ଵର ରତନ କି ହେବାରୁ ଜଙ୍ଗମ,

ସବୁ ମଣିମାନଙ୍କୁ ମିଳିଲା ସେହି କ୍ରମ,

ସ୍ବର୍ଣ୍ଣବର୍ଣ୍ଣାଏ ଏଣିକି,

ସମ୍ପାଦିବେ ମୂର୍ତ୍ତିମନ୍ତ ରତନଶ୍ରେଣୀକି ।୩।

ସଞ୍ଚରଣଶୀଳ ନବ ତମାଳ ଭୂରୁହ,

ସଙ୍ଗେ ଘେନି ଆସୁଅଛି ସଖା-ଶାଖିବ୍ୟୁହ,

ଶୁକ ଶାରୀ ପରଭୃତ,

ଶାଖାମାନଙ୍କରେ କରୁ ଅଛନ୍ତି ସଙ୍ଗୀତ ।୪।

ସୁରଧୁନୀ ତୀରେ କରିଥିବା ଯେବେ ତପ,

ସଙ୍ଖାଳି କରି ଏ ତାପିଞ୍ଛର ଅନାତପ,

ସୁଖେ ବଞ୍ଚିବା ବସନ୍ତେ,

ସାମନ୍ତ ସୁଧାଂଶୁ ଜଗଦ୍ଦେବ ବୋଲେ ଗୀତେ ।୫।

Sa Champu

ସ ଚମ୍ପୂ – Sa Champu

ସପତଟି ମୋର ରେ, ସହ ଏହି ଥର ରେ,

ସାର ହାରମସାରମଣିବର ପରି ଧରି ବକ୍ଷଃସ୍ଥଳେ ନିରନ୍ତର,

ନ ଫିଙ୍ଗି ପୁଣି ହଟି,   ସୁନ୍ଦର ନୁହଇଁଟି,

 ବିଚାରି ଭରସା ବଢ଼ାଅ ଅପରିମିତ ।ପଦ।

ଶୁଣିଲେ ଆଉ କେ ବ୍ରଜେ, ସରିଯିବି ସିନା ଲାଜେ,

ସାହା ତୁ ନୋହିଲେ କିଛି, ସଂସରେ ନିକି ମୁଁ ଅଛି ।୧।

ସାଧୁଜନ କୁକ୍ଷିକୂପେ, ଭଲ ମନ୍ଦ ସିନା ଛପେ,

ସଂହର କ୍ରୋଧ ଉଦୟ, ସହଜେ ତୁ ସହୃଦୟ ।୨।

ସବୁ ଅନ୍ୟାୟ ଚରିତ, ଶିକ୍ଷାକୁ ଗୁରୁ ତୁହି ତ,

ସମୟେ କାଟୁ ତୋଟିକି, ସଖା ଲକ୍ଷଣ ଏ ଟିକି ।୩।

ସମାଂସମୀନା ଅୟୁତେ, ସମର୍ପି ଦେବିଟି ତୋତେ,

ସମ୍ଭାଳ ମୋର ଆବୁର, ସର୍ବସ୍ଵ ପରା ତୁ ମୋର ।୪।

ସାକ୍ଷାତ ଦେଖିଲା ପରି, ସାକ୍ଷୀ ହେବାକୁ ବାହାରି,

ସାଧିବାର ଅବିଚାର, ସପତ୍ନ ନୁହେଁ ମୁ ତୋର ।୫।

ସାନ୍ଦୀପନିସୁତ ଯତି, ସେ କି ଜାଣେ ବୋଲି ପ୍ରୀତି,

ସରସେ ପିଟିବେ ଢକ୍କା, ସମ୍ପାଦିବୁ ଏତେ ଏକା ।୬।

ଶୁଣି କିଶୋର ବଚନ, ସଖା କଲେ ଆଲିଙ୍ଗନ,

ସୁତ୍ରାମା ଅଷ୍ଟଦୁର୍ଗର, ସନ୍ତୋଷେ ଯୋଡ଼ିଲେ କର ।୭।

Sha Champu

ଶ ଚମ୍ପୂ – Sha Champu

ଶ୍ୟାମ ଶିଖଣ୍ଡଚୂଳ, ଶ୍ରମ କି ଆଜଯାକେ ହେଲା ସଫଳ ।ପଦ।

ଶର୍ବରୀ ନିଦ୍ରା ବିନା ଗଲା କି ସରି, ଶମ୍ବରପରପୁର କଲ କି ଜୂରି ।୧।

ଶ୍ରୀଅଙ୍ଗ ବେଶ କିମ୍ପା ଏପରି ଆଜ, ଶରଦଚନ୍ଦ୍ର ଚୁମ୍ବୁ ନାହିଁ କି ଲାଜ।୨।

ଶିଶୁ ହେଲେହେଁ ତୁମ୍ଭେ କଲଭ1 ସରି, ଶଶକିଶୋରୀଟିକି ଦେଲ ଯେ ସାରି ।୩।

ଶିରୀଷମାଳା ଦଳିଦେଇ କୁଠାରେ, ଶଙ୍କା ନ କଲ ସଖୀମାନଙ୍କ ଠାରେ ।୪।

ଶରମପ୍ରଦ ଆଜ ସରିକି ହେଲା, ଶମନସ୍ଵସାତଟ-ଅଟବିବୁଲା ।୫।

ଶିର ସୁନ୍ଦର ଦିଶେ ଯାବକ ବୋଳେ, ଶରଣ ବୋଲି କି ପଡ଼ିଲ ପା’ତଳେ ।୬।

ଶପଥ ଶତ ଶତ2 କହଟି ସତ, ଶ୍ରୀବାଲୁକେଶ ନୃପ ରଚିଲେ ଗୀତ ।୭।


1- ପାଠାନ୍ତର- ‘କଲଭ’ ସ୍ଥାନରେ ‘କେଶରୀ’। ଅଳଙ୍କାର ଦୃଷ୍ଟିରୁ ଅସଙ୍ଗତ ।

2- ପାଠାନ୍ତର- ‘ଶତ’ ସ୍ଥାନରେ ‘ଅଛି’। ଅଳଙ୍କାର ଦୃଷ୍ଟିରୁ ଏହା ମଧ୍ୟ ଅସଙ୍ଗତ ।

Va Champu

ୱ ଚମ୍ପୂ – Va Champu

ବିଚିତ୍ର ବେଶ ମଞ୍ଜୁଳା ରେ ବାଳା, ବିବିଧ ଚାତୁରୀଶୀଳା,

ବିଭାବରୀ ଅର୍ଦ୍ଧେ ଏକାକୀ ଏକାକୀ ହୋଇ ରଚୁ ଫୁଲତୋଳା,

ବିଳାସକୁଶଳା ରେ, ବଲ୍ଲୀ ନିଳୟ ବିହାର ଲୋଳା ।୧।

ବାଳକାଳୁ ବାସ ପରି ର ବାଳା, ବଞ୍ଚୁଥିଲୁଁ ଅନୁସରି,

ବିଲକ୍ଷଣ ବନବିହାର ଉତ୍ସବ ବେଳେ ଯା ଦେଲୁ ପାସୋରି ରେ,

ବିଚାର ତ ଗୋରୀ ରେ, ବିଶ୍ଵେ କାହିଁକି ପ୍ରୀତି ଆଚରି ।୨।

ବ୍ୟସ୍ତ ହୋଇ ଚିତ୍ରମାଛି ରେ ବାଳା, ବ୍ରଣଗଣ ତ ଦିଶୁଛି,

ବିମ୍ବାଧରୁ ନବପଲ୍ଲବ ମାନଙ୍କୁ ବାଣ୍ଟିଲୁ କି କିଛି କିଛି ରେ,

ବିଶ୍ଳଥ ହୋଇଛି ରେ, ବାସ ପିନ୍ଧିଥାଉ ପରା କାଛି ।୩।

ବଲ୍ଲୀକି ଅନାଇ ଦୂରୁ ରେ, ବାଳା ବାସରେ ତ ଭୟକରୁ,

ବ୍ରଜେ ଆଜ ଶୁଣି ଆସିଲୁ ତୁ ପୁଣି ପ୍ରତିରାତି ଆସି ଘରୁ ରେ,

        ବିଜନେ ସଞ୍ଚରୁ ରେ, ବଡ଼ ବିଷମ ଏ ଯା ନ ଡରୁ ।୪।

ବିନୟନୟ-ବସତିରେ ବାଳା, ବିମୋହନ କଳାବତି,

ବିରୂପାକ୍ଷ ଦେବ ବିପକ୍ଷକୁ ଜିଣି ଯଶେ ମଣ୍ଡିଲୁ କି କ୍ଷିତି ରେ,

ବଲ୍ଲବଯୁବତି ରେ, ବନ୍ଦେ ଅଷ୍ଟଦୁର୍ଗ ଧରାପତି ।୫।

La Champu

ଲ ଚମ୍ପୂ – La Champu

ଲୀଳାନିଧି ହେ, ଲାଜେ ମୁଁ ଗଲିଟି ସରି,

ଲୁଚାଇଛ କାହିଁ ଶ୍ୟାମ ହେ ଦିଅ ମୋ ଲାଗି ଶାଢୀ ।ପଦ।

ଲଭି ତୁମ୍ଭଙ୍କୁ ପ୍ରାଣବନ୍ଧୁ କରି, ଲୋକହସାରେ ଯେବେ ଯିବି ସରି,

ଲସିବି ଯେବେ ପାଇ ନିନ୍ଦା ଦାଉ, ଲାଗିଲି ଆପଣଙ୍କୁ କେହି ଆଉ ।୧।

ଲକ୍ଷ ଲକ୍ଷ ରାଣ ଅଛିଟି ମୋର, ଲଲାମ ଆଦି ଭୂଷା ସଜ କର,

ଲିଭିଥିବ ଭୂରୁ ମଧ୍ୟ ତିଳକ, ଲେଖିଦିଅ ବେଗେ ନ ଦେଖୁ ଲୋକ ।୨।

ଲୋଭୀ, ଶ୍ରୀଭୁଜବନ୍ଧ ଶିଥିଳାଅ, ଲତା ଗହଳେ ଗହନେ ପଳାଅ,

ଲାଗିଛି ଲାକ୍ଷା ମୁକୁଟ ଶିଖଣ୍ଡେ, ଲାଜ କଥା ଲୋକେ ଦେଖିଲେ ଦାଣ୍ଡେ ।୩।

ଲଗାଇଛ ହଟ ଯେଉଁ ରସରେ, ଲୁଟିବ ସିନା କଲି ପ୍ରଦୋଷରେ,

ଲଙ୍ଘି ଆଶ୍ରିତେ ଥିବା କୃପାସିନ୍ଧୁ, ଲାଞ୍ଚୁଆଟି କେଡ଼େ ହେଲ ହେ ବନ୍ଧୁ ।୪।

ଲଲିତା ନୋହେଟି ଯେ ଡାକୁଅଛି, ଲକ୍ଷ ଦୁଷ୍ଟେ ରଖିଅଛି ମୁଁ ବାଛି,

ଲଘୁ କରିଦେବ ଦେଖିବା କ୍ଷଣେ, ଲେଖାଧିପ ଅଷ୍ଟଦୁର୍ଗର ଭଣେ ।୫।

Ra Champu

ର ଚମ୍ପୂ – Ra Champu

ରସାଳସା ରେ, ରସି ପୁଣି ଏ କି ଲୋକହସା ରେ ।ପଦ।

ରକ୍ତିମା ଚୁମ୍ବିଲା ଇନ୍ଦ୍ର ଆଶାରେ, ରାଜୀବେ ପ୍ରଫୁଲ୍ଲ ହେଲେ କାସାରେ ।୧।

ରତିନାଥ ସମର ପ୍ରଶଂସାରେ, ରମଣୀ କେ ନ ରସନ୍ତି ସଂସାରେ ।୨।

ରସନ୍ତି ରସିକେ ସିନା ନିଶାରେ, ରଜନୀ ଶେଷରେ ଏ କି ଦଶା ରେ ।୩।

ରମଣୀୟ ହେମକୁ ସୁଦୃଶାରେ, ରଖିଲୁ କେଡ଼େ ନିବିଡ଼େ ମସାରେ ।୪।

ରହୁନା ଅଯଶ ଆଉ ରସାରେ, ରସାରୁହରୁ ଲତାକୁ ଖସା ରେ ।୫।

ରାଜା ଅଷ୍ଟଦୁର୍ଗର ଏ ଭାଷାରେ, ରଚେ ଏବେ ବିଜେ ହୋଇ ସୁସାରେ ।୬।

Ya Champu

ଯ ଚମ୍ପୂ – Ya Champu

ଯୋଷାବର ରେ, ଯଥାର୍ଥରେ ଜାଣ ମୁଁ ତୋହର ରେ,

ଯାମଳଭୂଧରନିଭପୟୋଧର ମରଦନିଆ ଚାକର ରେ ।ପଦ।

ଯାବକ ତୋ ପଦକଞ୍ଜର ସମଦଗଜଗତି ମୋ ଶେଖର ରେ,

ଯତୀନ୍ଦ୍ରସମାଧିଖଣ୍ଡନା ତୁ ନିଧି ମୁଁ ରଙ୍କମାନଙ୍କ ବର ରେ ।୧।

ଯମକ କି ତୁହି ପୂର୍ଣ୍ଣଚନ୍ଦ୍ରମୁହିଁ ମୋ ମହା ଶୁଭଦଶାର ରେ,

ଯତ୍ନେ ସମ୍ପାଦିବା ଚିନ୍ତାମଣି ଅବା ମୋ କରେ ହେଳୁ ସୁସାରରେ ।୨।

ଯୁବତିକଦମ୍ବରାଜା ଅବଲମ୍ବ ହୋଇଲୁ ଯେବେ ନିକର ରେ,

ଯୁଦ୍ଧକୁ ସନ୍ନଦ୍ଧ ହେଉ ଅତି କ୍ରୁଦ୍ଧ ହୋଇ ପଛେ ପଞ୍ଚଶର ରେ ।୩।

ଯମୁନାବାହିନୀ ତଟରରୁହବନୀ ଅବନୀ ବନାଇବାର ରେ ,

ଯଶ ରଖି ନିନ୍ଦାପଟଳୀରୁ ବୃନ୍ଦା କରାଇଲା ତ ନିବାର ରେ ।୪।

ଯଶୋଦାକୁମାର ଗିରେ ରାଧା ଶିର ନୂଆଇଁଲେ ଲଜ୍ଜାଭରେ ରେ,

ଯୁଗଳ ବିଗ୍ରହ କର ଅନୁଗ୍ରହ ଅଷ୍ଟଦୁର୍ଗ ପୁରନ୍ଦରରେ ।୫।

Source- exoticindiaart.com, PN79, Hemant Ritu.

Ma Champu

ମ ଚମ୍ପୂ – Ma Champu

ମଧୁରେ, ମନ୍ଦ ମନ୍ଦ ହୋଇ ଗନ୍ଧବହ ପ୍ରସରିଲା କଦମ୍ବ ନିକୁଞ୍ଜସୀମାରେ,

ମରନ୍ଦ ସେକେ ଚମକି ଲୋକେ ଭାଷିଲେ ଇଷି ମାରେ,

ମିଳିନ୍ଦଲତା ଦମ୍ଭବନିତା ବଦନେ ମିଶି ମାରେ,

ମଣ୍ଡିତ ହେଲା ସେ ବନସ୍ଥଳ, ମହାରଜତ ମହେନ୍ଦ୍ର ନୀଳ-

ମୟୂଖ ଶିରୀମୟ ମଞ୍ଜରୀ ବିସର ସୁଷମାରେ ।ପଦ।

ମିଶିଲା ଚାରି, ଲୋଚନବାରି-    ରୁହ ମଦନୁ ଲଭି ଲଚାରି,

ମିଳିଲା ଶ୍ୟାମ ଗଉର ଦୁଇ ମହ,

ମଧୁପ ଯୁବା ଲଭିଲା ଅବା ନବ ସରସୀରୁହ,

ମାନସ ଅଙ୍ଗଭେଦ ପ୍ରସଙ୍ଗ ଭଙ୍ଗ ରଚିଲା ସ୍ନେହ,

ମଉଳିଗଲା ଶେଷ ସାତ୍ତ୍ଵିକ,       ମୃଡ଼ନୟନ ସଂଖ୍ୟକ ଯାକ,

ମଜ୍ଜାଇ ଦେଲା ଦୁହିଙ୍କ ମନ ମହାମୋଦପ୍ରବାହ ।୧।

ମଦଦ୍ଵିରଦ-ମଥିତହ୍ରଦ,     ମୁର୍ଚ୍ଛିତ ମହୋତ୍ପଳ ଆମୋଦ,

ଫୁଲ୍ଲପରାଗ ଶ୍ରୀଅଙ୍ଗରାଗ ବାସ,

ମୃଗଲାଞ୍ଛନ ମରୀଚି ଚୂର୍ଣ୍ଣ ଧାବଲ୍ୟ ପରକାଶ,

ମଧୁ ମାଦକ ଗୁଣ ସୂଚକ କୋକିଳ କଳଘୋଷ,

ମଣିମଣ୍ଡିତ କିଙ୍କିଣୀଯୂତ,    ମଞ୍ଜୁମଞ୍ଜୀର ଭୂଷାଶିଞ୍ଜିତ,

ରସନା ରଣୋତ୍କାର ଶ୍ରବଣ କଲା ବିବେକ ମୋଷ ।୨।

ମଧୁ ମଧୁର ବଧୁ ଅଧର,   କିଶୋରବର ରଦନାମ୍ବର,

ବିମ୍ବ ଚୁମ୍ବନ ଚୁଁକୃତି ସ୍ଵନମେଳା,

ମୃଦୁ ମନ୍ମନ ଧ୍ୱନି ଜନନ କଲାଟି କ୍ରୋଡ଼ ଖେଳା,

ମହେନ୍ଦ୍ରମଣି  ବଳୟଶ୍ରେଣୀ ରଟିଲା ହୋଇ ଲୋଳା,

ମନୋଜ୍ଞ ଚାଟୁ ପୀୟୂଷମୟ,      ମିଶ୍ରିତ ହେଉ ହେଉ ସମୟ,

ମାର ମହତ୍ତ୍ଵ ଗଲା କି ନାହିଁ ହେଲା ସଂଶୟ ଦୋଳା ।୩।

ମନ୍ଦାର ବନ ସେ ବନରସା-      ଚକ୍ରେ ରଚିଲା ସୂନବରଷା,

ରସିଲେ ସର୍ବ ଗନ୍ଧର୍ବମାନେ ଗାନେ,

ମାତି ତାଣ୍ଡବ ରଚିଲେ ଦେବଦାସିଏ ସାବଧାନେ,

ମର୍ଦ୍ଦଳ ଘୋଷ ହେଲା ତ୍ରିଦଶ ମଣ୍ଡଳେ ସବୁସ୍ଥାନେ,

ମୁକତ ପ୍ରାୟ ହେଲା ତ୍ରିଲୋକ-   ମନସୁମ୍ଳାନ କଲେ ପାତକ,

ଶ୍ରୀ ଜଗଦ୍ଦେବ ହରିଚନ୍ଦନ ସେ ମହୋତ୍ସବ ଧ୍ୟାନେ ।୪।

Bha Champu

ଭ ଚମ୍ପୂ – Bha Champu

ଭଙ୍ଗୀ ଚାହାଁ, ଭୂରୁନୀଳଭୁଜଙ୍ଗୀ-ଭ୍ରମର ଜୀବସଙ୍ଗୀ ।ପଦ।

ଭାଗ୍ୟ ଏ ଜନ ଆଖି, ଜନନରଟି ସଖି ଜାଣରେ,

ଭରମି ନ ଯା ତୁ ମନ୍ମଥ ବାଣରେ,

ଭୁଜପାଶିକୁ ଛନ୍ଦି ମୋ ଗଳେ, ଭିଡ଼େ ପଦକଞ୍ଜ ଖଞ୍ଜ ଧରଣୀତଳେ,

ଭୂମଣ୍ଡନା ରେ,

ଭଲା ମାନୁଛି ଦେଖ,  ମୁଖସୁଧାମୟୂଖ,

ଅଳକତଳ ଅଖ-      ଣ୍ଡିତ ରୋଚନାରେଖ,

ତିଳକେ ଦୃଷ୍ଟି ରଖ ସଖି ରେ, କି ଦିଶେ ଚଳାଚଳ, ଚାରୁଚନ୍ଦ୍ରକଚୂଳ ।୧।

ଭର୍ତ୍ସିତନବରବି, କୁଣ୍ଡଳଯୁଗଛବି, ଗଣ୍ଡରେ,

ଭିଦୂର ଏହିଟି ବିବେକ ମୁଣ୍ଡରେ,

ଭବ୍ୟଦାୟକ ମାଣିକ୍ୟବର, ଭ୍ରମ ଜାତ କରୁଅଛି ମଧୁରାଧର,

ଭୂମଣ୍ଡନା ରେ,

ଭୁଷୁଡ଼ିବଟି ସତୀ,     ବ୍ରତ ନିୟମ ଧୃତି,

ଶ୍ରୀଅଙ୍ଗସଙ୍ଗ ମତି,    ବିନା ଅନାଅ ଦ୍ୟୁତି,

ମଦଦ୍ଵିରଦଗତି ସଖି ରେ, ଶୋଭାନିଧି ତୋ ଗାତ୍ର, ନ ଚୁମ୍ବୁ ଶ୍ୟାମନେତ୍ର ।୨।

ଭଙ୍ଗୀତ୍ରୟରେ ଉଭା, ହେବାର କେଡ଼େ ଶୋଭା ପ୍ରକାଶେ,

ଭରାଜି କି ହାର ସେ ବକ୍ଷ ଆକାଶେ,

ଭର୍ଗ ସମାଧି ଭଙ୍ଗ କରିବି, ଭଲେ ଏହା କରକମଳ ବଂଶୀରବ,

ଭୂମଣ୍ଡନା ରେ,

ଭୂତିଭୂଷବିପକ୍ଷ, ପ୍ରକ୍ଷ୍ୱେଡ଼ନରୁ ତିକ୍ଷ,

ଏ କିଶୋର କଟାକ୍ଷ,  କନକାଚଳ ବକ୍ଷ,

କେବଳ ଏହା ଲକ୍ଷ୍ୟ ସଖି ରେ, କହ ବିଚାରି ସତେ, ଯୁବତିଧୃତି କେତେ ।୩।

ଭାଷିଲେ, ଅଷ୍ଟଦୁର୍ଗ-କ୍ଷିତି କପଟସ୍ଵର୍ଗ, ମଘବା,

ଏ ଶୃଙ୍ଗାର ସୁଧାବରଷୀ ମେଘ ବା,

ଭୃତ୍ୟପଣରେ ହେଲେ ଏହାର, ଭୁଜ-ଭୁଜଗେନ୍ଦ୍ର କରନ୍ତା କଣ୍ଠେ ହାର,

ଭୂମଣ୍ଡନା ରେ,

ଭଜିଥାନ୍ତା ରଜନୀ,   ଦିବସେ ପିକଦାନୀ,

ଖଟି ଏ କୃପା ଘେନି,  ସାର୍ଥ ହୁଅନ୍ତା ଜନି,

ସତେ ଜଳଜଯୋନି ସଖି ରେ, କରିବେ ଅନୁଗ୍ରହ, ଏ ମୋହନ ବିଗ୍ରହ ।୪।

Ba Champu

ବ ଚମ୍ପୂ – Ba Champu

ବିଚକ୍ଷଣା ରେ, ବିନା ତୋ ପ୍ରୀତି କେ ଗତି ଅଛି ଜଗତୀରେ ।ପଦ।

ବୋଲି ଦେଲି ସିନା ଗେଲେ ହସି,      ବିଶ୍ଵେ ତୋ ସମ କାହିଁ ବିଶ୍ଵାସୀ,

ବାନ୍ଧିବାକୁ ମୋ ମନ ତୁ ପାଶି,

ବିଶେଷରେ ମୋ ହୃଦନ୍ତର ତୋତେ ଜଣା ରେ।୧।

ବିଶ୍ଵମ୍ଭରା ରଜଖେଳା କାଳୁଁ,       ବହିଃପ୍ରାଣ ପରି ପରିପାଳୁ,

ବିଧିବଶୁ ନିସର୍ଗକୃପାଳୁ,

ବ୍ରଜେ ହେଉଛି ଏହି ଡିଣ୍ଡିମ ବାଜଣା ରେ ।୨।

ବିକେ କିଣେ ଯେ ଯାହାକୁ ସ୍ନେହେ,    ବଡ଼ ତାଠାରୁ ଜୀବନ ନୋହେ,

ବଳ ତାହାଠାରେ ସିନା ସହେ,

ବହିରଙ୍ଗେ ବୁଲୁଛନ୍ତି ଦେଖ ଅଗଣାରେ ।୩।

ବୋଲେ ଅଷ୍ଟଦୁର୍ଗର ମଘବା,     ବଲ୍ଲୀ ନିକଟକୁ ଚାଲ ଯିବା,

ବଂଶୀଗୀତପୀୟୂଷ ପୀଇବା,

ବିଭାବରୀ ନ ପାହୁଁ ଆସିବା ଅଜଣାରେ ।୪।

Pha Champu

ଫ ଚମ୍ପୂ – Pha Champu

ଫାଟି ପଡ଼ିବାର ନିକୁଞ୍ଜସଞ୍ଚାରଶ୍ରମୁଁ ମୋ ଚରଣତଳ,

ଫତୁରିଖୋର ଆଖରକୁ ହେବାର ଏହି ଏକା ଏଥୁଁ ଫଳ,

ରେ କିଶୋରି, ଫିଟିଗଲା ଯେ ସନ୍ଦେହ,

ଫୁଲିଗଲୁ ଫୁଲ ଲଲାମରସିକା ଜାଣି ପରା ଶ୍ୟାମ ସ୍ନେହ ରେ ।୧।

ଫନ୍ଦାଇ ନାନା ବିନୟେ କହି ଦନ୍ତେ ତୃଣ ଧରିବାର ଗଲା,

ଫଟାକପାଳରେ କୁଟିଳହୃଦୟା ବୋଲାଇବା ଲେଖା ଥିଲା,

ରେ କିଶୋରି, ଫନ୍ଦାଧନ ତୁ ତ ମୋର,

ଫରିଆଦ କାହିଁ ତୋ ନାମେ କରିବି ନିନ୍ଦା କଲେ ପଛେ କର ରେ ।୨।

ଫରୁଆରେ ପରି ଉରୋଜରେ ଭରି ରଖ ସେ ନୀଳମଣିକି,

ଫଉଜ ତୁଲେ କୁଞ୍ଜଦ୍ଵାରେ ରଖାଅ ବେତ୍ରବଲ୍ଲୀଧରଣୀକି,

ରେ କିଶୋରି, ଫରମାସ ମନେ ମନେ,

ଫେଇଦିଅ ମୋ ଆବୁର ମୁଁ ଯେବେ ଯିବି ସେ ଦିଗକୁ ଦିନେ ରେ ।୩।

ଫଜିତ ହୋଇ ଦୂରରେ ଥିଲେ ତୋତେ ଭଜିତ ଥିବାର ସତ,

ଫେଡ଼ନ୍ତୁ ତୋ କଷ୍ଟ ସୁଖ ଦେଇ ଅଷ୍ଟଶ୍ରୁତି ଏ ଆମ୍ଭ ବାଞ୍ଛିତ,

ରେ କିଶୋରି, ଫୁରୁଣା ହୋଇ ତୁ ରସ,

ଫେରି ଆସି ମାତ୍ର ଆମ୍ଭ ଆଗେ ନେତ୍ରକୁଞ୍ଜୁ ନୀର ନ ବରଷ ରେ ।୪।

ଫୋଟକା ହେଉଛି ସିଞ୍ଚିବା କର୍ପୂର ଚନ୍ଦନ ମିଶ୍ରିତ ବାରି,

ଫୁଙ୍କି ଦେଲେ ଉଡ଼ିଯିବା ପରି ସଡ଼ି ଅଛିଟି ତନୁ ବଲ୍ଲରୀ,

ରେ କିଶୋରି, ଫୁକାରା ନୋହୁ ଜଗତେ,

ଫତୁଆ ନୁହଟି ବୋଲେ ଜଗଦ୍ଦେବ ହରିଚନ୍ଦନ ଏ ଗୀତେ ।୫।

Pa Champu

ପ ଚମ୍ପୂ – Pa Champu

ପ୍ରିୟସହି, ପରମାଦ ବଡ଼ ତୁହି ଗୋ,

ପାରୁ କେତେ ଛନ୍ଦେ ମୋହି ଗୋ ।ପଦ।

ପରମପଦରେ ଦେଇ ଜାଣୁ ତୁ ରସାଇ,

ପୁଣି ତହୁଁ ଜାଣୁ ତଳାତଳକୁ ଖସାଇ,

ପାସୋରାଇ ମନୁ ନାନା କଦନ ଲସାଇ,

ପୀଡ଼ୁ ଅଶ୍ରୁ ବରଷାଇ ଗୋ ।୧।

ପ୍ରପଞ୍ଚଯାକରେ ଜଣା ନ ଥାଇ ସଂଶୟ,

ପସନ୍ଦ ନୁହଇଁ ପରପୁରୁଷରେ ସ୍ନେହ,

ପରବଶ ହେବ ଯେବେ ପ୍ରାଣତୁଲେ ଦେହ,

ପ୍ରାଣୀ କି କରିବ କହ ଗୋ ।୨।

ପରବଚନ୍ଦ୍ର ଚିପୁଡ଼ି ପିଇବା ପୀୟୂଷ,

ପରିଣତି ସମୟେ ସେ ହେବ ଯେବେ ବିଷ,

ପ୍ରପନ୍ନ ହେବା ଗଙ୍ଗାରେ ଜନ୍ମିଲେ କିଲ୍ୱିଷ,

ପ୍ରୟୋଗ କରିବା କିସ ଗୋ ।୩।

ପିଆଇ ଦୁହିଙ୍କି ଥରେ ଦୁହିଙ୍କ ଅଧର,

ପଛେ କହ ଆଚରଣ ପୁତନାବଧର,

ପୀତପଟନଟ ନାଁ ମୋ ଆଗରେ ନ ଧର,

ପାଳିଏ ମାତ୍ର ଉଦ୍ଧର ଗୋ ।୪।

ପୁରନ୍ଦରମଣି ଶ୍ୟାମେ ଅଛି ମୋ ତରସ,

ପରପରିବାଦମୁଣ୍ଡେ ଟାକର ବରଷ,

ପୃଥ୍ଵୀଚକ୍ରବାଳ ପରିବୃଢ଼ ବାଲୁକେଶ,

ପ୍ରସରାଇଲେ ଏ ରସ ଗୋ ।୫।

Na Champu

ନ ଚମ୍ପୂ – Na Champu

ନବବିଳାସିନୀ ରେ, ନକ୍ଷତ୍ରେଶ-ହାସିନୀ ।ପଦ।

ନାହିଁ ବୋଲିବା ବାଣୀ,      ନିପଟ ନାହିଁ ଶୁଣି,

ନଳିନାକ୍ଷି ରେ ହୋଇ କିସ ହେବ,

ନନ୍ଦନନ୍ଦନ ପ୍ରେମା,    ପ୍ରେମାରେ ନୁହେ ଜମା,

ନିତମ୍ବିନୀଙ୍କ ଯେବେ ଗତି ଥିବ ।୧।

ନିଷ୍ଠୁର ଗୁଣ କୁଳି-     ଶରୁ ପଡ଼ିଛି ବଳି,

ନିଶ୍ଚୟ ତିନିବର୍ଣ୍ଣ ନାହିଁ ଲେଖି,

ନାଗରୀବିମୋହନ,         ମନ୍ତ୍ର ମାତ୍ରକ ମନ,

କପଟ ସମ୍ପୂଟରେ ଅଛି ରଖି ।୨।

ନିରନ୍ତରାୟ ରସ,      ପ୍ରସାରଣେ ପୀୟୂଷ,

ଧାରାଧିକ୍କାରକାରୀ ପରି ଲାଗେ,

ନିମିଷକରେ ଜ୍ଵାଳା,   ଜନ୍ମାଏ ଜିଣି ହାଳା-

ହଳକୁ ଯେ ସଙ୍ଖାଳି ମହାନାଗେ ।୩।

ନିଶିଦିନ ଶୟନ,       ନ ଜାଣଇ, ନବୀନ

ବିସିନୀଦଳ ଶେଯ ଯାଏ ଜଳି,

ନୀପବନ ପବନ,     ନିର୍ଦ୍ଧୂମଶିଖ ଧନ-

ଞ୍ଜୟ ଝାସରୁ କରେ କଟୁକେଳି ।୪।

ନିନ୍ଦାର ନିକେତନ,    ହୋଇବୁ ରେ ନୂତନ-

ମନ୍ଦାର-ବିମ୍ବ-କୁରୁବିନ୍ଦାଧରା,

ନିଶା-ରମଣ-କର-    କଳିକା-କଣ ତୋର,

ହୋଇଯିବ କଳ୍ପାନ୍ତ କାଳଖରା ।୫।

ନ ବରଷରୁ ଊଣା,     କାଳୁ ତ ଅଛି ଜଣା,

ନଖାଗ୍ରେ ଉଦ୍ଧରିଲା ଗୋବର୍ଦ୍ଧନ,

ନବନୀରଜ-କୋଷ-  ନିଭ ତୋ କୁଚ କିସ,

ଅଣ୍ଟିବ କଣ୍ଟୀରବମଧ୍ୟା ଘେନ ।୬।

ନିବେଦନ କରୁଛି,     କରକଞ୍ଜ ଧରୁଛି,

ହେଲେ ହେଉ ଅରୁଚି ନିଦ୍ରାହାରେ,

ନରନାଥ ଶ୍ରୀହରି-    ଚନ୍ଦନ ବନ୍ଦେ ଗୋରି,

ନ ରସ ନୀଳବାହା ମୁଦ୍ରାହାରେ ।୭।

Dha Champu

ଧ ଚମ୍ପୂ – Dha Champu

ଧୀରା ରେ କି ଧନ ତୁ ନ ଦେଲୁ ଆଜ,

ଧଇଲେ କି ସତେ କର ଯୁବରାଜ ।ପଦ।

ଧରମ ବଳୁ କି ମୋର,     ଧୂପି ଦେଇ ନିଜ କର,

କୋଳକୁ ଆଣିଲୁ କଳାଦ୍ଵିଜରାଜ ।୧।

ଧୁରନ୍ଧର ସେ ଇଙ୍ଗିତେ,     ଧରଷିଲୁ କେହି ସତେ,

ଧମକାଇଲା ନାହିଁ କି କିଛି ଲାଜ ।୨।

ଧରାରେ ଯେତେ ପୁରୁଷେ, ଧୂର୍ତ୍ତ ତାହାଙ୍କ ଗୁରୁ ସେ,

ଧନରୁ ଯେ ବଳେ ତାହାଙ୍କର ବ୍ୟାଜ ।୩।

ଧୃତି ହୋଇ ବଳହୀନ,      ଧୂସର ହୋଇବ ମନ,

ଧୋଇ ଚିନ୍ତା କଳଙ୍କ ସମାଜ ମାଜ ।୪।

ଧରଣୀନ୍ଦ୍ର ଜଗଦ୍ଦେବ, ଧ୍ୟାନେ ବଲ୍ଲବୀବଲ୍ଲବ-

ଧରାଧୂଳି କରେ ମସ୍ତକରେ ତାଜ ।୫।

Da Champu

ଦ ଚମ୍ପୂ – Da Champu

 ରେ ଦୁଃଖୀଧନ, ଦମ୍ଭ ଦେଖିବାକୁ ସିନା କଲି ଛନ,

ଦୁଃଖମୟ ନ କର ସରସ ମନ ।ପଦ।

ଦୂରୁ ମୁଁ ଯିବାର ଜାଣି ହରି, ଦରିଦ୍ର ନିଧି ଲଭିଲା ପରି,

ଦ୍ଵିଗୁଣ ଆଦରେ ପ୍ରମୋଦନଦରେ ମଜ୍ଜି ଘେନିଗଲେ କରଧରି ।୧।

ଦୟାଜରଜର କରି ଚିତ୍ତ,    ଦନ୍ତବାସେ ରଖି ଦରସ୍ମିତ,

ଦଶବାର ଅନାମୟ ମୋତେ ଘେନାଘେନି କରି ପଚାରିଲେ ମିତ ।୨।

ଦେଖିଲି ଯାହା ଶ୍ରୀଅଙ୍ଗ ଦ୍ୟୂତି,   ଦଳି ହୋଇଗଲା ମୋର ଛାତି,

ଦ୍ଵିତୀୟାର ଶଶି-ଲେଖା ପରି ଦିଶି-ଗଲେଣି  ସେ ଇନ୍ଦ୍ରନୀଳହାତୀ ।୩।

ଦୁର୍ବାର ତୋ ନେତ୍ରାଞ୍ଚଳଶର,     ଦେବାରୁ ଦୁଃଖ ଦୁଃସହତର,

ଦିବାଲା ହେବାର ଦେହମଜ୍ଜାସାର ଜାଣି ଯା ହେଲା ମାନସ ମୋର ।୪।

ଦୁର୍ବଳ ସାଳସ ଦେଖି ଚାଲି,    ଦୁରୂହରେ କିଛି ପଚାରିଲି,

ଦୀର୍ଘ ତପତ ନାସାନିଳ ତେଜିଲେ ଆହା ମରଇ ତ ବିଚାରିଲି ।୫।

ଦେବ ଦଇବ ତୋ ଅଭିମତ,     ଦୂର କର ଦ୍ଵାପରକୁ ଚେତ(ବା ମିତ),

ଦବିଷ୍ଠ ଏ କଷ୍ଟଯାକ ହେବ ଅଷ୍ଟଦୁର୍ଗନାଥର ଏ ବିରଚିତ ।୬।

Tha Champu

ଥ ଚମ୍ପୂ – Tha Champu

ଥାପିରେ କହ ତଥାପିରେ ପ୍ରିୟସଖି, ଥିବି କି ଛାଡ଼ିବି ପ୍ରାଣ ।ପଦ।

ଥିଲା ପରି ସ୍ନେହ, ଲାଗିଲା କି କହ, ଅଛିଟି ତୋତେ ମୋ ରାଣ ।୧।

ଥକାଇ ତୁ କହୁ, କହୁ ଧୃତି ରହୁ, ନାହିଁଟି ମୋହର ଜାଣ ।୨।

ଥୋକାଏ ତୋ ପ୍ରୀତି-ବିଧିକି ସମ୍ମତି, କଲେ କି¹ ମୋ ପରିତ୍ରାଣ ।୩।

ଥରେ ହେଲେ ବିକି, ହେବି ମୋତେ ନିକି, ବଞ୍ଚାଇବ ପଞ୍ଚବାଣ ।୪।

ଥୋଇ ହୃଦେ ଛଳ, ନ କର ବିକଳ, କହେ ଅଷ୍ଟଦୁର୍ଗରାଣ ।୫।

1(ବା ‘ନ କଲେ’)

Ta Champu

ତ ଚମ୍ପୂ – Ta Champu

ତୋ ଘେନି ତମାଳଶ୍ୟାମ ମୋ ମରଜି କଷିଲା ରେ,
ତଥାପି ତ ତିଳେ ହେଲେ ତୋ ସ୍ନେହେ ନ ରସିଲା ରେ ।ପଦ।
ତଳେ ବସନ ପ୍ରସାରି, ତୃଣ ଦଶନାନ୍ତେ ଧରି,
କହିଲେହେଁ ଅନୁସରି ରାଜି ତ ନ ଦିଶିଲା ରେ ।୧।
ତହୁଁ କି ବିଷମଭାବ, ତର୍କିଲା ମୋ ଚାଟୁଶ୍ରବ-
ତଟକୁ ଘଟନ୍ତେ ଅବ—ଧାନ ବିନା ହସିଲା ରେ ।୨।
ତପନଜାତଟକୁ ତୁ, ତରୁଣୀଟା କେଉଁ କୁତୂ-
ହଳରୁ ଆସିଲୁ ହେତୁ, କହି ବୋଲି ଘୋଷିଲା ରେ ।୩।
ତାର ତୋର ସୁଲୋଚନା, ତାରତମ୍ୟ ବିବେଚନା,
ଲବ ହୋଇ ନାହିଁ ତହିଁ, ତୋ ଚିତ୍ତ କେ ପେଷିଲା ରେ ।୪।
ତିରସ୍କାର ପୂର୍ବଭାଷା, ତରଲାଇ ସୁଖ ଆଶା,
ତୋଟିକି ଚୁମ୍ବିଲା ତୃଷା, ତିମିର ବିଳସିଲା ରେ ।୫।
ତୁଚ୍ଛସ୍ନେହମନ ଜନ, ତୋ ସଙ୍ଗକୁ କି ଭାଜନ,
ପ୍ରପନ୍ନ ହରିଚନ୍ଦନ ଜଗଦ୍ଦେବ ଭାଷିଲା ରେ ।୬।

Ṇa Champu

ଣ ଚମ୍ପୂ – Ṇa Champu

ଅତସୀକୁସୁମ ସମ ଶ୍ୟାମ ହେ ମୁଁ ଗଲିଟି।ପଦ।

ଅଳି ତୁମ୍ଭର ନିବିଡ଼,         ଅସହିଷ୍ଣୁ ସେ ଯେ ବଡ଼,

ଅବଶ୍ୟ ତ ଛାମୁରେ ମୁଁ ନିବେଦନ କଲିଟି ।୧।

ଅଧ ଅଧରରେ ସ୍ମିତ, ଉଲ୍ଲସି ହେଲେ ଲଜ୍ଜିତ,

ଊହିବି ଏହିଟି ବୋଲି କୃପକଳ୍ପବଲ୍ଲୀଟି ।୨।

ଆରକତ କଲେ ମୁଖ,      ଅଖଣ୍ଡ ସୁଧାମୟୂଖ,

ଆବୁର ସରିବି ମୋର ଜୀଇଲେ ହେଁ ମଲିଟି ।୩।

ଅଦୃଷ୍ଟବଳୁଁ କିଶୋରୀ, ଅଙ୍ଗୀକାର କଲେ ସରି,

ଅଭାବେ ଉଚ୍ଛନ୍ନ ହେବ ଏ ବଲ୍ଲବପଲ୍ଲୀଟି ।୪।

ଉଗ୍ରନିର୍ଦ୍ଦେଶ ନୃପର,  ଉପବନ ଗୋପପୁର,

ଆଶ୍ରୟ ନୋହିବ ଗୋବର୍ଦ୍ଧନଗିରିଦରିଟି ।୫।

ଅଷ୍ଟଦୁର୍ଗନାଥ ଭାଷେ, ଆହା ଧ୍ୟାନେ କି ଶୋଭା ସେ,

ଅଖିଳ ଜନନୀ ନାସା ମୃଗମଦକଲିଟି ।୬।

Ḍha Champu

ଢ ଚମ୍ପୂ – Ḍha Champu

ଢାଳେ ତ ଢାଳିଲୁ ନାହିଁ କୃପାସୁଧା ଝରିକି ରେ ।ପଦ।
ଢକ୍କା ବାଜୁଥାଇ ବ୍ରଜେ, ଲଳିତାର ହୃଦମ୍ବୁଜେ,
କରୁଣା ଅଛି ବୋଲି ଯା ନେଲା କେ ତା ହରି କି ରେ ।୧।
ଢୁଳାଇଲା ପରି ଢଳି, ତଳେ ପଡ଼ିଯିବା ଭଳି,
ହେଲିନି ଯେ କୁନ୍ଦକଳିଦଶନା ଏ ସରିକି ରେ ।୨।
ଢୁକାଇ ଦେଲେ ତୃଷିତ, ଚକୋର ଚଞ୍ଚୁରେ ଶୀତ-
ଭାନୁଚନ୍ଦ୍ରିକାକୁ ବିତ୍ତ ଯାଏ କିଛି ସରିକି ରେ ।୩।
ଢୋକିଟିକୁ ସିନା ହଟି, ମୋ ସାର ଯାଉଛି ତୁଟି,
ପିଇ ଦିଅନ୍ତି କି ଗୋଟିଯାକ ସେ କିଶୋରିକି ରେ ।୪।
ଢବା-ତନାବିରୁ ଗୋପ—ନଗରୀର ବନ୍ଦେ ଭୂପ,
ବାଲୁକେଶ ଦେବ ନୀପକୁଞ୍ଜପୁଞ୍ଜସରିକି ରେ ।୫।

Ḍa Champu

ଡ ଚମ୍ପୂ – Ḍa Champu

ଡର ନାହିଁକି ହେ, ପରତରୁଣୀ ହରଣୁ,

ଡୋର ଲାଗି ଘେର, ପଡ଼ିବ ଯେ ହେବ, ଚୋର ପରି ଆଚରଣୁ ।ପଦ।

ଡୋଳା ପ୍ରତିମାକୁ ପରାଏ ତୁମ୍ଭଙ୍କୁ ଯଶୋଦା ଅଛନ୍ତି ପାଳି,

ଡୁବିବଟି ଧନ କେଳିକି ମୋହନ ଲୋଡ଼ୁଛ ଯେ କୁଳପାଳି ।୧।

ଡକା ଦେବା ଦିନେ ଅରିଷ୍ଟେ ଉତ୍ତାନେ ଦେଖିଛୁ ଶକଟ ଦଶା,

ଡାକିମଧ୍ୟମାକୁ ଡାକି ଆଣିବାକୁ ଏଠାକୁ କାହା ଭରସା ।୨।

ଡବ ଡବ ବାରି ନିଃସରିବ ଚାରି ପହରେ ନୟନଯୁଗୁ,

ଡହ ଡହ ହେବ ମୃଦୁ ଅବୟବ ଶ୍ୟାମ ଶ୍ରୀଅଙ୍ଗୁଟି ଭୋଗୁ ।୩।

ଡାକି ତ ଜାଣି ମୋହନ ବଂଶୀରବେ ବିହର ସୁଖେ ଏ ବନେ,

ଡୁଇଁ ହେବୁ ସିନା ଆମ୍ଭେ ଫଳ ବିନା ନ ପଡ଼ୁ ତା ଆମ୍ଭ କାନେ ।୪।

ଡାଳିମ୍ବମଞ୍ଜିମଞ୍ଜୁଳଦଶନା ସେ ଖେଳୁଥାଉ ତୁମ୍ଭ ତୁଲେ,

ଡେଉଁଥାଅ ବନଯାକ ତୁମ୍ଭ ମନ ଶ୍ରୀହରିଚନ୍ଦନ ବୋଲେ ।୫।

Ṭha Champu

ଠ ଚମ୍ପୂ – Ṭha Champu

ଠିକ ଠ ବର୍ତ୍ତୁଳ ଚନ୍ଦ୍ରାନନା ତୋ ଚିତ୍ତରେ ।ପଦ।

ଠକ ରୀତି ନ ଆଚରି, ମୋ କଦନକୁ ବିଚାରି

ଅକପଟ ତ୍ରାଣବିଧି ଉଚିତରେ ।୧।

ଠଣା ଠୁଙ୍କି ତାପ ତ୍ରାସ-     ମୁଣ୍ଡେ ମନମଥ ପାଶ,

ବନ୍ଧନ କର ତୁ ପରା ମୋଚିତରେ ।୨।

ଠଉରାଇ ଅବସର,   କଲେ ତୁ ପ୍ରସଙ୍ଗ ମୋର,

ଯିବ ରାଜୀବନେତ୍ରାକୁ ରୁଚିତରେ ।୩।

ଠୋ କରି ଛିଣ୍ଡାଇ ଦେ ନା, ପ୍ରିୟସହି ମୋ ବେଦନା,

ନ ଲାଗଇ ନିକି ତୋତେ କିଞ୍ଚିତରେ ।୪।

ଠାରିଦେଲେ ନେତ୍ରାଞ୍ଚଳେ,  ବିଜନ ସ୍ଥଳେ ସେ ବଳେ,

ବିରାଜିବ କ୍ଷଣରୁଚି ଉଚିତରେ ।୫।

ଠାକୁର ଠାକୁରାଣୀଙ୍କ, ପଦମ୍ବୁଜଧ୍ୟାନରଙ୍କ,

ନୃପ ଜଗଦ୍ଦେବ କରେ ରଚିତରେ ।୬।

Ṭa Champu

ଟ ଚମ୍ପୂ – Ṭa Champu

ଟାଣପଣ କର ସାର ( ହେ ମୋହନ, ଟାଣପଣ କର ସାର,)

ଟିକାଏ ମଦନ କଦନକୁ ସହି ସଦନକୁ ବିଜେ କର ॥ପଦ॥

ଟଙ୍କାରି କି ଶ୍ରବସରିକି ବାସବକୋଦଣ୍ଡରୁ ଚଣ୍ଡ ଧନୁ,

ଟାଣେ ବିନ୍ଧେ ଶମ୍ବସଦୃଶ କଳମ୍ବ ତୁମ୍ଭଙ୍କୁ ଏକା ଅତନୁ ହେ ॥୧॥

ଟେକି ଏ ସୁନ୍ଦର ଶ୍ରୀମୁଖଟି ପରଘରବୁଡ଼ା ଫରମାସ,

ଟିକାଏ ହେଲେ ଯେ ହୃଦୟ ସରୋଜେ ନୋହିଲା ତ୍ରାସବିଳାସ ହେ ॥୨॥

ଟେକାଟେକି ମୋତେ କରି ନାନାମତେ ତୁମ୍ଭ କାମନା ପୁରିବ,

ଟାଣଖୁଣ୍ଟା ଗୁରୁଜନ ଗଞ୍ଜନାରୁ ମୋ ପ୍ରାଣସଖି ସରିବ ହେ ॥୩॥

ଟପା ଥିବା ଚାର ବଚନୁ ଗୋଚର ଯେତେ ସମାଚାର ଗୋପେ,

ଟିପିଦେଲେ କଂସ ଆଗେ କେ ନୃଶଂସ ନନ୍ଦ ବନ୍ଦୀ ହେବେ ଟୋପେ ହେ ॥୪॥

ଟାକିଛି ସୁଧାଂଶୁକଳାକୁ ଆକାଶୁଁ କରିବାକୁ ପାଣିଗତ,

ଟିକାୟିତ ଅଷ୍ଟଦୁର୍ଗର କହଇ ଶ୍ୟାମ ଏ କି ଆଚରିତ ହେ ॥୫॥

Source- exoticindiaart.com, PN88, Varsha Ritu.

Ña Champu

ଞ ଚମ୍ପୂ – Ña Champu

ନ ଭାଙ୍ଗ ରେ ଶୁଭାଙ୍ଗି, ଭାରତୀ ହୁଅ ସାହା ।ପଦ।

ନୋହିଲେ ତ ପରିତ୍ରାଣ,  ନିର୍ଦ୍ଦୟ ନତନୁ ବାଣ,

  ନିଃଶେଷ କଲାଟି ଦେହ ଲାହା ॥୧॥

ନୀପକୁଞ୍ଜ ଉପକଣ୍ଠେ,     ନ୍ୟସ୍ତ କରାଅ ମୋ କଣ୍ଠେ,

ନାଗରୀନ୍ଦ୍ର ନିରୁପମ ବାହା ॥୨॥

ନେତ୍ରାନ୍ତବିଳାସ ତାର,     ନିଦାନ ଏ ଅବସ୍ଥାର,

ନିରେଖି ଉଚ୍ଚାରୁ ଥରେ ଆହା ॥୩॥

ନିଶ୍ଚୟ ଏ ଘେନ ଚିତ୍ତେ,   ନ ଜୀଇବ କଦାଚିତେ,

ନ ବତାଇଲେ ତୁ ସୁଖ ରାହା ॥୪॥

ନାଥ ଅଷ୍ଟଦୁର୍ଗର ଯେ,     ନୀତି ସେ ମୋ ପଦେ ଭଜେ,

ନିନ୍ଦବଟି ନ କଲେ ତୁ ତାହା ॥୫॥

Source- exoticindiaart.com, PN78, Shita Ritu.

Jha Champu

ଝ ଚମ୍ପୂ – Jha Champu

ଝଗଡ଼ି ମାତ୍ର ହେଲ ହେ ଶ୍ୟାମ, ଝିମୁଟ ହେବାକୁ ସହସ୍ର ଯାମ ॥ପଦ॥

ଝାଉଁଳିବା ନବ ତମାଳ ରମା, ଝିଙ୍କି ଆଣି ଅଙ୍ଗେ କଲଣି ଜମା ॥୧॥

ଝଡ଼ିବ ବଳ କୋମଳ ଛାତିରୁ, ଝଷଧ୍ଵଜପୀଡ଼ା ଝାଞ୍ଜି ତାତିରୁ ॥୨॥

ଝୁମି ଝୁମି ଲଠି ପୃଷ୍ଠେ ରସାର, ଝୁରିବାର ଏକା ହୋଇବ ସାର ॥୩॥

ଝଳି ପାଞ୍ଚାଳୀ ଝଟକେ ନାହିଁ କି? ଝୋଲା ମାଇଲା ତୁମ୍ଭଙ୍କୁ କାହିଁକି ॥୪॥

ଝଲକି ଗଲ କୃଷ୍ଣ ଅକାରଣେ, ଝାଡ଼ଖଣ୍ଡ ରସା ବାଦସା ଭଣେ ॥୫॥

Ja Champu

ଜ ଚମ୍ପୂ – Ja Champu

ଜାଣିଛି ମୁଁ ଏତେ ମାତ୍ର ଗୋ ଲଳିତେ ଯାହା ଇଚ୍ଛା ତୋର ତାହା କର,

ଜ୍ଵଳନରୁ ବଳି ସେହି ଦିନୁ କେଳି କରେ ବିଭାବରୀନାହାକର ॥ପଦ॥

ଜଣକେତେ ବ୍ରଜଶିଶୁ ଥିଲେ ନିଜ, ପୂରୁଁ ଆସୁଥିଲି ଖେଳାଇ ସମଜ,

ଜମ୍ଭାରାତିମଣି ଗିରୀନ୍ଦ୍ରକୁ ଜିଣିବାର ପୁରେ ହେଲା ମୋ ନଜର ॥୧॥

ଜାତିକୁରୁବିନ୍ଦ ବାତାୟନବୃନ୍ଦ, ଅନାଇଁ ମୁ ଚାଲୁଥିଲି ମନ୍ଦ ମନ୍ଦ,

ଜଙ୍ଗମ ହେବାର ଜମ୍ବୁନଦସାର ଶିରୀ ସ୍ଫୁରିଲା ସେ କି ପ୍ରକାର ॥୨॥

ଜୀବନଦ ନୀଳଜଳଜଯୁଗଳ, ବିଧୁବିମ୍ବେ ହୋଇ ବିଳାସବିଲୋଳ,

ଜାତ କଲା ଗର ଜରଜର ଶର- ନିକର ବରଷା ଖରତର ॥୩॥

ଜହରକୁ ଗୋଳି ଦେଲା ପରି ଗିଳି, ମୋହର ଦେହର ପୀଡ଼ା ଗଲା ବଳି,

ଜୀବନାଶା ଟଳି ଯାଉଅଛି କଳି ପାରୁ ନାହିଁ ମୁଁ ମୋ ହୃଦନ୍ତର ॥୪॥

ଜନମନୋହାରୀ ସେ ବିଚିତ୍ର ଶିରୀ, କାହା ନେତ୍ରପାତ୍ରେ ଯାଇ ନାହିଁ ପୂରି,

ଜଗଦ୍ଦେବ ହରିଚନ୍ଦନ ମୋହରି ନାମ କହୁଅଛି ନିରନ୍ତର ॥୫॥

Chha Champu

ଛ ଚମ୍ପୂ – Chha Champu

ଛଳବାହିନୀଶ ହେ, ଛାଡ଼ ଏ ସାହସ ହେ ॥ପଦ॥

ଛବି ତ ଆବିଳ ଦିଶେ, ଛପିବାରେ ଅଛି କି ସେ ॥୧॥

ଛଟା କାହା କଟାକ୍ଷର, ଛୁରୀ ହେଲା କି ବକ୍ଷର ॥୨॥

ଛେଲରୁ ତ ଚିନ୍ତା ବଳି, ଛାତିରେ ଗଲାଣି ଗଳି ॥୩॥

ଛୁଟିଯାଇ ବିଚେତନା, ଛଟପଟ ହେବ ସିନା ॥୪॥

ଛଣା ସୁଧା ପରି ଦିଶେ, ଛୁଇଁଦେଲେ ବିଷଟି ସେ ॥୫॥

ଛନ୍ଦି ମନ ତୁମ୍ଭ ଗୁଣେ, ଛ ଦୁଇ ଦୁର୍ଗେଶ ଭଣେ ॥୬॥

Cha Champu

ଚ ଚମ୍ପୂ – Cha Champu

ଚାହିଁ ଚାହିଁ ତୋ ସରଣୀ, କକୁଭକୁ ରେ ତରୁଣୀ, ଚିତ୍ରାର୍ପିତ ପରି ଥିଲି ବସି । ଚିତ୍ର ମଣିଲି ମୁଁ ତୋତେ, ଚାହିଁ ଯା ଅତରକିତେ, ଚାରିଚକ୍ଷୁ ମିଶାଇଲୁ ଆସି ରେ, ଚଳାପାଙ୍ଗି, ଚନ୍ଦ୍ରରୁ ଚିପୁଡ଼ି ସୁଧା ଝରି, ଚିରତୃଷିତର ସୁଖେ ଭରି, ଚାତୁର୍ଯ୍ୟ କୃପାଳୁ ଗୁଣନିଧି ରଖିଲୁ କି ପ୍ରାଣ, ଘେନିଲି ମୁଁ ଏତେ ସରିକରି ରେ ॥୧॥

 ଚେତା ଥିଲା ପରି କିଛି ପ୍ରତୀତ ତ ହେଉଅଛି, ଚିକ୍କଣ ତ ଦିଶୁଛି ମୋ ଦେହ । ଚିହ୍ନିକି ଲାଞ୍ଛନ ସତେ ଚାମରଚିକୁରା ମତେ ଚହକାଇ ପଚାରିଲୁ କହ ରେ, ଚଳାପାଙ୍ଗି, ଚୁମ୍ବି ରବିନନ୍ଦନାର ନୀର, ଚନ୍ଦ୍ରିକାଚୟ ତୁଷାର ସାର, ଚାରୁ ମାରୁତରୁ-ତରୁ, ତଳ ଶୀତଳ ହେତୁରୁ, ଚିନାଏ ତ ଖେଦ ନାହିଁ ମୋର ରେ ॥୨॥

 ଚାରି ହରିତରେ ଘେରି, ଚରାଉଥାନ୍ତି ବାଛୁରୀ, ଚୂଳମୁକୁଟିଆ ସଖାମାନେ । ଚିରାମରା ଶୃଙ୍ଗ ବେଣୁ, ବାଦ୍ୟନାଦ ଶୁଣୁ ଶୁଣୁ, ଶେଷ ହୁଏ ଦିନ ଦିନେ ଦିନେ ରେ, ଚଳାପାଙ୍ଗି, ଚୁମ୍ବି ବାରୁଣୀକି ଦିନଦ୍ୟୁତି, ଚପଳେ ଅମ୍ବର ବରଜନ୍ତି, ଚରମ ଭାଗ ମୋ ଭାରି, ଲାଗି ନାହିଁ ଭ୍ରମେ ଡରି, ଚମକି ତ ନାହିଁ ମୋର ଛାତି ରେ ॥୩॥

ଚାମିକର ଚାରୁ ଶିରୀ-ମତୀ ସେ କେଉଁ ଅମରୀ, ଚାଖି ନାହିଁ ଦିନେ ମୋ ନୟନ । ଚମତ୍କାର କଥା ଦେଖି, ପେଟରେ କପଟ ରଖି, ତୋତେ ନିକି ନ କହନ୍ତି ଘେନ ରେ, ଚଳାପାଙ୍ଗି, ଚରାଚର ଚାଲି ଭୟମୟ, ଚକଟି ଦେଲୁ ମୋ ହୃଦାଶୟ, ଚରଣ ଯୁଗକୁ ତୋର, ବନ୍ଦେ ଅଷ୍ଟଦୁର୍ଗେଶ୍ଵର, ଚୋରି ନାହିଁ ଥିଲେହେଁ ବଞ୍ଚାଅ ରେ ॥୪॥

Wan Champu

ଙ ଚମ୍ପୂ – Wan Champu

ନୂଆନଟପଟଳୀମୁକୁଟ ହେ ନାହିଁ କି ଶ୍ରୀଅଙ୍ଗ ସୁଖ ,

ନିପଟ ନିସ୍ତେଜ ଦିଶୁଛି ତ ଆଜ ନିରଳସ ଚନ୍ଦ୍ରମୁଖ ॥ପଦ॥

ନୀଳୋତ୍ପଳ ବାସି ହେଲା ପରି ଦିଶି ଯାଉଛି ଦୂରୁ ଶ୍ରୀଅଙ୍ଗ,

ନାସା ନୀଳ ତିଳଫୁଲରୁ ଅନିଳ ପ୍ରସରୁଛି ବେଗ ବେଗ ॥୧॥

ନୀପଉପବନ ନିକଟ, ପବନସ୍ପରଶରୁ ଯେବେ ଡର,

ନଦୀକୂଳସ୍ଥଳ ଏ ବଡ଼ ଶୀତଳ ନୁହନ୍ତାଟିକି ବିହାର ॥୨॥

ନିଦ ନାହିଁ କି ନୟନେ ନିଶି ଦିନ ଆହା ମରଇ ମୋ ଧନ,

ନବନୀତ ତହୁଁ ମୃଦୁ ଦେହେ କାହୁଁ ସମ୍ଭବିଲା ଏ କଦନ ॥୩॥

ନବ ହେମଦ୍ୟୁତି ଅମରୀଏ ନିତି ନିଅନ୍ତି ଫୁଲ ଏ ବନୁ,

ନେତ୍ରପଥେ ପଡ଼ିଗଲେ କି ସେ ଛାଡ଼ି ଯାଉ ନାହିଁ ଜ୍ଵର ମନୁ ॥୪॥

ନ ବିହର ଗୋପ ସଙ୍ଖାଳି ଏ ପାପଗହନରେ କିଛି ଦିନ,

ନରେଶମଣ୍ଡନ ଶ୍ରୀହରିଚନ୍ଦନ ଜଗଦ୍ଦେବ ସ୍ତବ ଘେନ ॥୫॥

Gha Champu

ଘ ଚମ୍ପୂ

ଘେନାଇ ଆମ୍ଭେ ଯେତେ କହିଲୁ ରେ, ଘେନିଲୁ ନାହିଁ ବାଳା ପହିଲୁ ରେ,

ଘୃତଘଟକୁ ଶିଖି-ଶିଖା ପାଖରେ ରଖି ଶିରୀଷଦେହା ଏହା ସହିଲୁ ରେ ॥ପଦ॥

ଘସ୍ରନାଥନନ୍ଦନା ଅନାଉଣିକି ମନ କରୁଁ ଯେ ଥାଉଁ ହଟି ଚାହିଁଲୁ ରେ,

ଘଟୀସରିକି କରେ ନାହିଁ କି ବିବେକରେ ମହାର୍ଣ୍ଣବରେ ଅବଗାହିଲୁ ରେ ॥୧॥

ଘୋଟି କିତବମୂଳ ଘୋରି ଘୋର ଜାଙ୍ଗଳ ଗରଳତୁଲେ ତାହା ପିଇଲୁ ରେ,

ଘୁମାଇବାର ସମ୍ଭବିଲା ନାହିଁ କି ଆମ୍ଭ ସୁଯୋଗୁଁ ସିନା ବଞ୍ଚିଅଇଲୁ ରେ ॥୨॥

ଘେନି ଘେନାଇ ଯାଇ କହିବ ସମଜାଇ ଘଟିଲେ ଆମ୍ଭେ ଏକ ଜୀଇଲୁ ରେ,

ଘଟନା ବିରହରେ ଅବଶ୍ୟ ତ ଜହରେ ତୋ ଘେନି ଆତ୍ମଘାତି ହୋଇଲୁ ରେ ॥୩॥

ଘୋଳାରେ ପଛେ ମରୁ ଆଜୁ ତୋ ହୁକୁମରୁ ନିକୁଞ୍ଜ ଦଉଡ଼କୁ ରହିଲୁ ରେ,

ଘାଣ୍ଟି ହେଉଛୁ ମାତ୍ର ଆନୀଳଶତପତ୍ରନେତ୍ରା ଯା ଆମ୍ଭବଶ ନୋହିଲୁ ରେ ॥୪॥

ଘନେ ଚପଳାଲୀଳା ଚାହିଁ ଘନକୁନ୍ତଳା ତୁ କି ଏ ଅଭିଲାଷ ବହିଲୁ ରେ,

ଘାରି ଦେଲୁକି ରସେ ଅଷ୍ଟଦୁର୍ଗେଶ ଭାଷେ ଅବଶ୍ୟ ମୋହନକୁ ମୋହିଲୁ ରେ ॥୫॥

Ga Champu

ଗ ଚମ୍ପୂ – Ga Champu

ଲାଣି ତ ଗଲା କଥା, ରେ ସଙ୍ଗାତ,

ଗୁପତେ ସିନା ମୁଁ ତୋତେ ପଚାରିଲି, ବଳି ପଡିବାରୁ ବ୍ୟଥା ॥ପଦ॥

ଗଙ୍ଗାରୁ ବିଷଦ ଗଭୀର ତୋ ହୃଦ ଗଣ୍ଠିଧନ ତୋର ସ୍ନେହ,

ଗୋଡ଼ ଖସି ଖେଦ ହେବାର ଦରଦ ଯିବାର ଉପାୟ କହ ॥୧॥

ଗଞ୍ଜାଇକି ଜିଣି ଲାଗି ତାର ପୁଣି ରଞ୍ଜାଇଲା ମନେ ଝଳି,

ଗୋଳା ଗରଳରୁ କଟୁ ପୀୟୂଷରୁ ସ୍ୱାଦୁଗୁଣ ଗଲା ବଳି ॥୨॥

ଗୋଳି ଦେଲା ମୋର ବାହାର ଭିତର ସ୍ଵର ସେ ଅବା ଶର ସେ,

ଗାତ୍ର ଗୋଟିଯାକ ପୁରିଲା ପୁଲକ ଶ୍ରବଣ ସୀମା ସ୍ପରଶେ ॥୩॥

ଗିଳିଦେଲା ପୁରନ୍ଦର-ନୀଳକର-କଳିକାମୟ ତିମିର,

ଗହନ କି ଗୃହ ହୋଇଲା ସନ୍ଦେହ ନିଶ୍ଚୟ ହୋଇ ବିଦୂର ॥୪॥

ଗତାଳସନାଟପଟୁ ଖଞ୍ଜରାଟି ପରି କି ଆସିଲା ଉଡ଼ି,

ଗଣ୍ଡି ଗର୍ଭେ ଗୁଳି ଗଲା ପରି ଗଳି ବିବେକ ଦେଲା ଘଉଡ଼ି ॥୫॥

ଗଗନ-କୁସୁମ ପରି ଏଠି ଶ୍ରମ ଫଳ ହୋଇବ କି କାଳେ,

ଗୋଳିଆ ନ ରଖି କହ ଚନ୍ଦ୍ରମୁଖୀ ଗହଳି ନ ଥିବା ବେଳେ ॥୬॥

ଗରିଷ୍ଠ ଅରୁଚି କାହିଁକି କରୁଛି ଅଶନେ ବସନେ ଦେହେ,

ଗୁରୁଜନତତି ଜାଣିଲେ କି ଗତି ଅଷ୍ଟଦୁର୍ଗପତି ଭଣେ ॥୭॥

Kha Champu

ଖ ଚମ୍ପୂ – Kha Champu

ଖେଳଲୋଳଖଞ୍ଜନାଖି କି ସାହସ କଲୁ ରେ,

ଖରାପ ତୁ ହେଲୁ ରେ ॥

ଖର୍ବ ହୋଇ ସୁରତରୁକୁସୁମ ବାଞ୍ଛିଲୁ ରେ,

ଖେଦବୀଜ ନିଜ ହୃଦ କେଦାରେ ବିଞ୍ଚିଲୁ ରେ ॥୧॥

ଖିଆଲ ପରି କି ଧନ ମନରେ ଭାଳିଲୁ ରେ,

ଖଳିକାର ନୋହିଁ କଳା ନାଗକୁ ଚାଳିଲୁ ରେ ॥୨॥

ଖରା ସ୍ମରି ଝାଉଁଳିବା ଶ୍ରୀଅଙ୍ଗ ପାଇଲୁ ରେ,

ଖମଣିମଣ୍ଡଳକୁ ତୁ କର ବଢାଇଲୁ ରେ ॥୩॥

ଖାଇ ଦେଇ କି ଅମଳ ଅଚେତା ହୋଇଲୁ ରେ,

ଖାରା ଖଣ୍ଡାଧାରା ଖଟ ବିଚାରି ଶୋଇଲୁ ରେ ॥୪॥

ଖଟେ ଅଷ୍ଟଦୁର୍ଗନାଥ ତୋ ପଦେ ପହିଲୁ ରେ,

ଖଣ୍ଟ କରେ ଧନ ଦେଇ ପଦେ ନ କହିଲୁ ରେ ॥୫॥

Sound Pattern Map

kha champu

Word Meanings

    • Khela-lola-khanjan-akhi- A woman whose eyes are black and moving like the wagtail, she who is always unstable – Chanchalakshi

* The Khanjana, popularly called Kajalapati, is a small black bird, with a long tail, known in English as the wagtail.


  • Kharba- Dwarfish
  • Surataru-kusuma- Flower of the tree-of-the-Gods, Flower of the Kalpavrksha- Kalpavrksha-phula
  • Khedabija- The seed of Grief
  • Kedara- Field; Cultivated Land
  • Khiala- Joke, Tease – Thaṭṭa, Parihasa
  • Khalikara- Snake-charmer
  • Khamani- The Sun – Surya, Rabi
  • Amala- Intoxicating drug
  • Khara Khandadhara- Sharp edge of a sword
  • Khanta- Robber, Dacoit
  • Ashtadurgeshwara- King-of-the-Eight-Forts- King of Athagarh

Stanza-wise Translation

O Khela-lola-khanjan-akhi! What vain courage have you shown! You have become a spoilt girl.

Being dwarfish, you foolishly aspired for the flower of the Tree of the Gods, and thus, yourself scattered the seeds of Grief in the fields of your mind. (1)*


*Here, the interpretation of the poet’s words should not be in physical terms. Here, dwarfish doesn’t imply that Radha was short, but refers to the fact that she, being a mortal, pines for Krishna, the Supreme God, who is equivalent to the fragrant flower of the Heavenly Tree of the Gods. She desires someone who is beyond the reach of humans, and thus she is responsible for causing grief to herself.

(On the other hand, Krishna is also like the Kalpavrksa, the tree that grants all desires)


O Radha! Even snake-charmers are terrified of the Dark Snake (Krishna). You, o sakhi, without being a snake-charmer, played with this Black Snake. Did you think of it as a game, a joke? Hence, you are solely responsible for your sadness. (2)

Such delicate is your body that even the thought of the Sun’s heat causes it to wrinkle. Even though you have such a body, you moved your hand towards the Sun’s sphere. ** (3)


**Such is Krishna’s splendour that it shall destroy you. You do not realise his power. Here, Lalita is repeatedly referring to Krishna as harmful- ‘Black Snake’, ‘Terrible Sun’, ‘Sharp Sword’, as a sign of him being a trickster, into whose trap the innocent Radha has fallen. She tells that Krishna will give only pain to her, nothing else. She even blames Radha for having knowingly fallen into his trap. She says her love for Krishna is the root of her suffering, her longing causes her pain.


After eating which intoxicating drug did you lose all your sense, Radha? You knowingly slept on the sharp edge of a sword, thinking it to be a bed. (4)

The King of Athagarh, Ashtadurgeshwara is at your feet from the start, Radhe. You gave money to a robber, without asking us. You have become spolit. (5)

Ka Champu

କ ଚମ୍ପୂ- Ka Champu

କି ହେଲା ରେ, କହିତ ନୁହଇ ଭାରତୀରେ

କାଲି ଯା ଦୂରରୁ ଦେଖି/ସଖୀ,   କଳନା କଲା ମୋ ଆଖି

କଳା ଇନ୍ଦୀବର ଆରତିରେ ॥ ପଦ ॥

କେଳି କଦମ୍ବ ଲତାର,     କୋଳେ କି ଶ୍ୟାମଳତାର,

ତେଜ ସେ ରବିସୁତାର ତୀରେ,

କମ୍ପି ମୋର କଳେବର,   ହୋଇଗଲା ଆରପାର,

ଯାହାକୁ ଡରଇ ତାର ତୀରେ ॥ ୧ ॥

କୁସୁମ କୋଦଣ୍ଡ କାଣ୍ଡ,    କେତେ କରିଥିଲା ରୁଣ୍ଡ,

କର୍କଶ ନୋହିବା ଭାରତୀରେ,

କହୁଛି ବରଜି ଲଜ୍ଜା,              କେବଳ ହେଲା ମୋ ମଜ୍ଜା,

ମଜ୍ଜିଯିବି କି ଉଭା ରତିରେ ॥ ୨ ॥

କି ମୋହନ ଲୀଲା ଧରି,  କୋଟି କଳାକର ଶିରୀ,

ପୁରିଛି ସେ ଶ୍ୟାମ ମୂରତିରେ,

କୁତ୍ସା କରେ ମୁଁ ଧାତାକୁ,   କାହିଁକି ସରଜି ତାକୁ,

ଚିରାୟୁ ରଖିଲା ଜରତୀରେ ॥ ୩ ॥

କି ନୀତି କି ଜାତିଶୀଳ,    କି କୁଳବରତ ଫଳ,

ଠଉର ପାରିଲା ମୋ ମତିରେ,

କୋମଳତର ମୋହନ,    କୁଞ୍ଜକୁକ୍ଷିରୁ ନିଃସ୍ଵନ,

ଆସି ଚୁମ୍ବିଦେଲା ମୋ ଶ୍ରୁତିରେ ॥ ୪ ॥

କଲବଲ ଛଟପଟ, ହୋଇ ଯାଉଛି ନିପଟ,

ସଂବେଶ ଅଶନ ବିରତିରେ,

କହଇ ଶ୍ରୀବାଲ୍ଲକେଶ,     ଶରଣ ଧରଣୀ ଈଶ,

ଏ କି ଦଣ୍ଡ ବିନା ପୀରତିରେ ॥ ୫ ॥

Word Meanings

  • Bharatire- In Words; Speech- Kathare
  • Kalana kala– Comprehended, Ascertained, Formed an Idea
  • Aaratire – Cessation, Repose- Nivrtii, Virati, Vishrama, Kshanta
  • Shyamalata– Blackness – Shyamalatva, Kaalimaa
  • Rabisuta- Daughter of the Sun (Rabi + Sutaa) = the River Yamunaa
  • Kalebara- Body- Deha, Sharira, Gatra
  • Aarapara- Troubled
  • Tira– Arrow – Bana
  • Karkasha Nohiba– Not Being Hard, Rough or Harsh; Soft, Gentle, Tender – Komala
  • Bharati– Quiver- Tunira
  • Kalakara– Having Phases (Kala + Aakara) = Moon – Chandra, Shashanka
  • Kutsa- Blame, Condemnation, Hate – Ninda, Ghrna
  • Chirayu- One with a long life (Chira + Aayu) = Long-lived – Dirghajeevi
  • Jarati- A very old woman (Radha’s Mother-in-law Jatila)
  • Kukshi- Belly, Abdomen, Womb
  • Shruti- EarKarna, Shravanendriya
  • Nipata- Quiet; Very – Ati
  • Sambesha- Sleep – Nidra
  • Ashana- Food- Bhojana
  • Birati- Rest, Relaxation
  • Balukesha- Epithet of the King of Athagarh. His name was Jagaddeva Harichandana. He was a great patron of the arts. The poet, Kavisurya Baladev Rath was in the court of the King of Athagarh and has composed his magnum opus Kavya in the Raja’s name, thus the mention of the Raja of Athagarh in every Champu.
  • Sharana-Dharani-Isha– During the invasion of Muslim Iconoclast Kalapahada, the King of Puri, along with Lord Jagannath took shelter in Athagarh (literally ‘Eight Forts’) of Ganjam District, giving the place another name-‘Sharana-Dharani’. The King of Athagarh also received them with special respect and care. Sharana-Dharani-Isha, thus, refers to the Lord of the Land of Shelter, that is the King of Athagarh, Shri Balukesha Jagaddeva Harichandan.

Sound Pattern Map

ka champu

Stanza-wise Translation

One day Radha said to her friend and confidante Lalita – O Lalite! What has this happened! Yesterday, I beheld a deep-blue Lotus while reposing. Oh, how my eye comprehended it! I cannot convey it in words.*


*This is the Pada or Sthayi. It is interpreted in different ways by people; some others explain it in the following way-

O Lalite! What has this happened! Yesterday, I beheld the one who gives pain to the Deep-blue Lotus, subduing its beauty with his immense radiance. My eyes fell upon that Dark-blue Krishna! I cannot express that sight in words.


In the lap of the Keli-Kadamba creeper on the banks of the Yamuna, I saw a dark-black aura. My body got struck by the arrows of the same Kamadeva (Cupid), whom I fear the most. (1)

Kamadeva had gathered many arrows for his pushpa-dhanusha (flower bow) in his soft quiver, so that he could shoot me easily with his love-arrows. As his arrows have struck me, bereft of shame, I admit my nimble mind’s yearning to be engaged in the standing embrace. (2)

Aha! How enchantingly his (Krishna’s) dark magnificent form contains the brilliance of a crore moons! While watching him, I condemn God for having given a long life to the old woman(Radha’s Mother-in-Law Jatila) in spite of creating Krishna. (3)

He Sakhi! At that moment, all rules of conduct, clan and class, character, austerities slipped from my mind. I forgot all worldly matters. I forgot everything. The soothing, melodious sound of a Flute (Vamshirava) from the Kunjavana approached me and kissed my ear i.e. entered my ear. (4)

Since that instant, a stop has come to my food and sleep. I am able to neither eat food nor sleep peacefully, thinking of that Krishna’s splendour. I am troubled, ailing, agonised, and restless. Says Shri Balukesha, King of the Shelter-Land (Athagarh), why this punishment without Love? (5)

Champu ଚମ୍ପୂ

Champu ଚମ୍ପୂ

Champu or Champu-Kavya ( चम्पु-काव्य, ଚମ୍ପୂ ) is a genre in Indian Literature originated from Sanskrit. It consists of a mixture of prose (Gadya-Kavya ଗଦ୍ୟକାବ୍ୟ) and poetry passages (Padya-Kavya ପଦ୍ୟକାବ୍ୟ) with verses interspersed among prose sections.

In simple words, a typical and unusual form of words, which is partly prosaic and partly poetic is known as Champu. In the Odia Champu composition, a song is written for every letter of the alphabet, and every stanza in the song starts with the same letter of the alphabet. Thus, tremendous literary expertise is required for every single composition. The play with the alphabet does not take away the lyrical charm from the song and the rhythm of verse. The wordplay and the delicate lyrical sense give rise to unusual sound effects of the champu (such as Alliteration, Onomatopoeia, etc.) when sung or recited.

There are many writings of the Champu genre in Sanskrit. The Sanskrit Champu composed by King Bhoja is well known. Many poets, in the medieval period till this date, were and still are composing Champus of numerous titles.

Odia Literature is also rich with Champu compositions. Odia Poets famous for this style are Kavisurya Baladev Rath, Banamali Das and Dinakrushna Das.

However, amidst them all, Kavisurya Baladev Rath is the unchallenged master of this genre. His epithet ‘Kavisurya’, meaning ‘Sun Among Poets’ establishes his literary skill. So famous is his Kishora Chandrananda Champu that the word Champu itself means to a layman in Odisha his work. Kishora Chandrananda Champu is an anthology consisting of individual champus from Ka to Kshya- the 34 consonants of the Odia Alphabet, that is, there is one song for each of the 34 consonants in the Oriya alphabet. As mentioned before, a champu has part-prose and part-poetry. In the Kishora Chandrananda Champu, the prose part is in Sanskrit, while the poetry is in Odia. Each Line of the poetry starts with the same letter. For example, in the Bha Champu (‘ଭ’ ଚମ୍ପୂ )-

ଙ୍ଗୀ ଚାହାଁ, ଭୂରୁନୀଳଭୁଜଙ୍ଗୀ-ଭ୍ରମର ଜୀବସଙ୍ଗୀ ॥ ପଦ॥

ଭାଗ୍ୟ ଏ ଜନ ଆଖି, ଜନନରଟି ସଖି ଜାଣ ରେ,

ରମି ନ ଯା ତୁ ମନ୍ମଥ ବାଣରେ, ଭୁଜପାଶିକୁ ଛନ୍ଦି ମୋ ଗଳେ…………..

Did you note the repeated use of the letter ‘Bha’ at the beginning of each line ?

The main theme of the songs is the love of Radha and Krishna. The songs are composed as dialogues, as conversations between the characters, that is, one character speaks through a song, the other one responds through another song. These are composed strictly on traditional ragas and talas of Odissi Classical music. Champu verses are used for solo singing and for rendering Odissi abhinaya. The Odissi dancer depicts the emotion – bhava, which brings out the various moods of the nayaka (hero) and nayika (heroine).

In the following posts, one by one, the full text of his work will be given alphabet-wise, with translations and summaries.