Mangale Aila Usha

ମଙ୍ଗଳେ ଅଇଲା ଉଷା

Gangadhara Meher is regarded as ‘Prakruti-Kabi’, Poet of Nature, in Odia literature. ‘Tapaswini’, an eleven-canto Odia epic poem, is the magnum opus and a great classic of this illustrious poet. Sentimental, it touches upon the core values of humanity, arousing in the reader emotion for Sita, and other characters, on their suffering, their pleasure, their new life, their deeds, and ultimately the justification of Rama’s action of banishment.

From Odia Kāvya ‘Tapaswini ’ of Poet Gangadhara Meher.
English translation by: Dr. Harekrishna Meher.

ଉଷାଗମନ

ମଙ୍ଗଳେ ଅଇଲା ଉଷା, ବିକଚ-ରାଜୀବ-ଦୃଶା, ଜାନକୀ-ଦର୍ଶନ-ତୃଷା, ହୃଦୟେ ବହି,
କର-ପଲ୍ଲବେ ନୀହାର-ମୁକ୍ତା ଧରି ଉପହାର, ସତୀଙ୍କ ବାସ ବାହାରପ୍ରାଙ୍ଗଣେ ରହି ।
କଳକଣ୍ଠ-କଣ୍ଠେ କହିଲା,
ଦରଶନ ଦିଅ ସତି ! ରାତି ପାହିଲା ॥୧॥

ଅରୁଣ କଷାୟ ବାସ, କୁସୁମ-କାନ୍ତି-ବିକାଶ, ପ୍ରଶାନ୍ତ ରୂପ ବିଶ୍ଵାସ, ଦିଅନ୍ତି ମନେ,
କେଉଁ ଯୋଗେଶ୍ଵରୀ ଆସି, ମଧୁର ଭାଷେ ଆଶ୍ଵାସି, ଡାକୁଛନ୍ତି ଦୁଃଖରାଶି, ଉପଶମନେ ।
ଦେବା ପାଇଁ ନବ ଜୀବନ,
ସ୍ଵର୍ଗୁଁ କି ଓହ୍ଲାଇଛନ୍ତି ମର୍ତ୍ତ୍ୟ ଭୁବନ ॥୨॥

ସମୀର ସଙ୍ଗୀତ ଗାଏ, ଭ୍ରମର ବୀଣା ବଜାଏ, ସୁରଭି ନର୍ତ୍ତନେ ଥାଏ ଉଷା-ନିର୍ଦ୍ଦେଶେ,

କୁମ୍ଭାଟୁଆ ହୋଇ ଭାଟ, ଆରମ୍ଭିଲା ସ୍ତବ ପାଠ, କଳିଙ୍ଗ ଅଇଲା ପାଟ-ମାଗଧ ବେଶେ ।

ଲଳିତ ମଧୁରେ କହିଲା,
ଉଠ ସତୀ-ରାଜ୍ୟ-ରାଣୀ  ! ରାତି ପାହିଲା ॥୩॥
ମୁନି-ମୁଖ-ବେଦସ୍ଵନ, ପୂର୍ଣ୍ଣ କଲା ଶ୍ୟାମ ବନ, ଉଠିଲା ଭେଦି ଗଗନ ଉଚ୍ଚ ଓଁକାର,
ବୈକୁଣ୍ଠେ ଦେଇ ତୃପତି, ଅନନ୍ତ-ଶ୍ରୁତିକି ଗତି, ବିହିଲା କି ସରସ୍ଵତୀ-ବୀଣା-ଝଙ୍କାର ।
ବେଳୁଁ ବେଳ ବନ ଉଜ୍ଜ୍ଵଳ,
ମନ୍ତ୍ର-ବଳେ ଯେହ୍ନେ  ବଢି ଆସିଲା ବଳ ॥ ୪॥
ଏକାଳେ ବ୍ରହ୍ମଚାରିଣୀ, ଅନୁକମ୍ପା ତପସ୍ଵିନୀ, ଆସି ଜନକ-ନନ୍ଦିନୀ ପାଶେ ଗମ୍ଭୀରେ,
ବୋଇଲେ, ଉଠ ବୈଦେହି ! ଉଷା ସୁକୁମାର-ଦେହୀ, ଆସିଛି, ଦର୍ଶନ ଦେଇ ତୋଷ ବିଧିରେ ।
ତମସା ରହିଛି ଅନାଇଁ,
କୋଳ କରି ଥରେ ସୁଖ ଲଭିବା ପାଇଁ ॥୫॥
ପଦ୍ମିନୀ-ହୃଦ-ଶିଶିର-ବିନ୍ଦୁରେ ଖର-ରଶ୍ମିର ପ୍ରତିବିମ୍ବ ପରି ବୀର ରାମ-ମୂରତି,
ଶୋକ-ଜର୍ଜରିତ ଚିତ୍ତ-ଫଳକେ କରି ଚିତ୍ରିତ, ହେଲେ ଆସନୁଁ ଉତ୍ଥିତ ଜାନକୀ ସତୀ ।
ନମି ଅନୁକମ୍ପା-ପୟରେ,
ବନ୍ଦିଲେ ଉଷାର ପଦ ସବିନୟରେ ॥୬॥
ବୋଇଲେ ତାକୁ ପ୍ରଶଂସି, ତୁମ୍ଭେ ତିମିର-ବିଧ୍ଵଂସି-ରବି-ଆଗମନ-ଶଂସୀ ହୁଅ ସଂସାରେ,
ତୁମ୍ଭ କୋମଳ ଚରଣ, କରେ ଜ୍ୟୋତି ଆହରଣ, ତହିଁ ଯାଉଛି ଶରଣ ଦୃଢ ଆଶାରେ ।
ଶୁଭ୍ର-ସଉରଭ-ରସିକେ !
ଶୁଭ-ସମ୍ପାଦିନୀ ହୁଅ ରଘୁବଂଶିକେ ॥୭॥
ଉତ୍ସୁକ-ହୃଦଯେ ରାତ୍ରୀ-ଶେଷରେ ଆଶ୍ରମ-ଧାତ୍ରୀ,ତମସା ନିର୍ମଳ-ଗାତ୍ରୀ ପବିତ୍ର-ଧାରା,
ପ୍ରାଙ୍ଗଣେ କୁସୁମ ବିଞ୍ଚି, ସୁବାସିତ ନୀର ସିଞ୍ଚି, ମଙ୍ଗଳ ପ୍ରଦୀପ ରଚି ପ୍ରଭାତୀ ତାରା ।
ମୁହୁର୍ମୁହୁ ମୀନ-ନୟନେ,
ଚାହୁଁଥିଲା ସୀତା-ସତୀ-ଶୁଭାଗମନେ ॥୮॥
ଉଟଜୁ ତାପସ-କନ୍ୟା, ଗଣଙ୍କ ଆଦର-ବନ୍ୟା-ପ୍ଲାବନେ ଜଗତ-ଧନ୍ୟା ସତୀ-ରତନ,
ବାହାରି ଅବଗାହନେ, ଅନୁକମ୍ପାଙ୍କ ଗହଣେ, ତମସା-ଧାର ବହନେ କଲେ ଗମନ ।
ସତୀଙ୍କି ତମସା ଅଙ୍କରେ,
ଘେନି ସ୍ନେହେ ଆଲିଙ୍ଗିଲା ତରଙ୍ଗ-କରେ ॥୯॥
ଅମୃତ ମଧୁର ସ୍ଵରେ, ବୋଇଲା ପରିତୋଷରେ, ମାଆ ଗୋ ! ମୋ ମାନସରେ ନ ଥିଲା ଆଶା,
କରିବ ଅଙ୍କେ ବିହାର, ରାଜଲକ୍ଷ୍ମୀ-ହୃଦ-ହାର, ସୀତା କରି ପରିହାର ଭୋଗ-ପିପାସା ।
ଭାଗ୍ଯବତୀ ମୋତେ ସଂସାରେ,
ବୋଲିବେ ତୋ ଯୋଗୁଁ ଏକା ପରଶଂସାରେ ॥୧୦॥
ବନେ ବନେ ଭ୍ରମି ଭ୍ରମି, ଗଣ୍ଡ କୁହୁକେ ନ ଭ୍ରମି, ବହୁ ବାଧା ଅତିକ୍ରମି ସ୍ଵଚ୍ଛ ଜୀବନେ,
ଅନ୍ଧାର ଦୁଃଖ ନ ଗଣି, ଆଲୋକ ସୁଖ ନ ମଣି, ଚାଲିଛି ଦୂର ସରଣୀ ନତ ବଦନେ ।
ଜନମ କରୁଛି ସଫଳ,
ତୋୟ ଦାନେ ତୋଷି ତୀର-ବାସୀ ସକଳ ॥ ୧୧॥
ମନ୍ଦାକିନୀ ଗୋଦାବରୀ, ସେ ସବୁ ଗୁଣେ ମୋ ସରି, ତଥାପି ବର୍ଦ୍ଧନ କରି, ଛନ୍ତି ଗୌରବ,
ଲଭି ତୋ ପବିତ୍ର ପଦ-ଚିହ୍ନ ଅକ୍ଷଯ ସମ୍ପଦ, ଦିବିଷଦ-ପଦ-ପ୍ରଦ-ଅଙ୍ଗ-ସୌରଭ ।
ତାହା ଥିଲା ମୋର ବାଞ୍ଛିତ,
ତଦଭାବେ ହେଉଥିଲି ମନେ ଲାଞ୍ଛିତ ॥ ୧୨॥
କରିଥିଲି ଶୁଭ କର୍ମ, ବୋଲି ଆଣି ଦେଲା ଧର୍ମ, ସମୟେ ତୋତେ ମୋ ମର୍ମ-ବାସନା ଜାଣି,
ପାଇଛି ଦୁର୍ଲଭ ଧନ, କରିବି ତୃପ୍ତି ସାଧନ, ନିତି କରି ସମ୍ବୋଧନ, କୋଳକୁ ଆଣି ।
ଅଙ୍ଗ-ପରିମଳ ତୋହର,
ହେବ ମୋର ଜୀବନର କଳୁଷ-ହର ॥୧୩॥
ମୋ କୋଳ କେଳି-ଚପଳ, ସାରସ ମରାଳ-ଦଳ, କୋକ ଯୁଗଳ ଯୁଗଳ ବକ-ପଙ୍କତି,
ତୋ ପୁଣ୍ୟମୟ  ଶରୀର-କ୍ଷାଳନେ ପୂତ ମୋ ନୀର-ପାନେ ବଞ୍ଚିଥିବେ ଚିର ଦିନ ମୋ କତି ।
କଳନାଦ ଛଳେ ତୋ ଯଶ,
ଗାଇ ମୋ ଶ୍ରୁତିକି ତୋଷୁଥିବେ ଅଜସ୍ର ॥ ୧୪॥
ପତିବ୍ରତା-ଅଙ୍ଗେ ଲାଗି, ପବିତ୍ର ହେବାର ଲାଗି, ବ୍ରତତୀ-ବାସ-ବିରାଗୀ ପ୍ରସୂନମାନ,
ଦୂରୁଁ ଦୂରୁଁ ଝାସି ଝାସି, ଧାଇଁଥିବେ ଭାସି ଭାସି, ଭ୍ରମୁଥିବେ ଆସି ଆସି, ତୋ ସନ୍ନିଧାନ ।
ସ୍ନାନ ସମୟେ ମୋ ପୟରେ,
ଦୟାମୟୀ ! ନ ପେଲିବୁ ତାଙ୍କୁ ପୟରେ ॥ ୧୫॥
ମୋ କୂଳେ ଚାଳି ଚରଣ, କରିବୁ ମାଁ ! ବିଚରଣ, ବ୍ୟପଦେଶେ ବିତରିଣ, ଅମର-କାନ୍ତି,
ତା ଲଭି ବନ-ପାଦପ-ରାଜି ହୋଇ ଦପ-ଦପ, ବହିବେ ଅମର-ଦର୍ପ, ବିହିବେ ଶାନ୍ତି ।
ପଲ୍ଲବେ ପାଟଳ ଶ୍ୟାମଳ,
ରୁଚିର ରୁଚି ରହିବ ଚିର ନିର୍ମଳ ॥୧୬॥
ସୀତା ବୋଇଲେ, ପନୀର-ମଧୁର ଏ ସ୍ଵଚ୍ଛ ନୀର, ନୀର ନୁହେ, ଜନନୀର, କ୍ଷୀର ପ୍ରତ୍ୟକ୍ଷେ,
ଗିରି-ସ୍ତନୁଁ ବିନିଃସୃତ, ହୋଇ ଆସୁଛି ଅମୃତ-ଧାରା ପରି ସୀତା ମୃତ-କଳପା ଲକ୍ଷ୍ୟେ ।
ଓହୋ ! ତୁ ତ ମୋ ମାଁ ଏ ଦେଶେ,
ମୋ ଦୁଃଖେ ବିଦୀର୍ଣ୍ଣ-ବକ୍ଷା ତମସା-ବେଶେ ॥୧୭॥
ଛେଦ ଭେଦିଅଛି ପୃଷ୍ଠ, ସେ ପାଖ ହେଉଛି ଦୃଷ୍ଟ, ତଥାପି ସୁତାକୁ ତୁଷ୍ଟ କରିବା ପାଇଁ,
ଫିଟାଇ ସ୍ନେହ-ଲୋଚନ, ପ୍ରୀତି-ମଧୁର ବଚନ-ବିନ୍ୟାସେ ଚାଟୁ ରଚନ କରୁ ଗେହ୍ଲାଇ ।
ଧନ୍ୟ ଧନ୍ୟ ମାଁ ! ତୋ ହୃଦୟ,
ମୋ ଦୁଃଖ-ଆତପ ପାଇଁ ବାଲୁକାମୟ ॥ ୧୮॥
ରାମ-ସାମ୍ରାଜ୍ୟେ ଯେ ସୀତା, ଲୋକ-ଲୋଚନେ ଦୂଷିତା, ହୋଇ ଚିର ନିର୍ବାସିତା, ସେ ତୋର ମତେ,
ନିଜ ପତିବ୍ରତା-ଧର୍ମ-ବଳେ ସ୍ଥାବର ଜଙ୍ଗମ ପବିତ୍ର-କରଣେ କ୍ଷମ ହେବ ଜଗତେ ।
ମାତା ବୁଝେ ସୁତା-ବେଦନା,
ମାତା-ନେତ୍ରେ ଦଗ୍ଧ-ମୁଖୀ ଚନ୍ଦ୍ର-ବଦନା ॥ ୧୯॥
ତୋ ତୀର ଚିର ଆଶ୍ରୟ, ହେଲାଣି ମୋର ନିଶ୍ଚୟ, ଭରସା ତୋ ଶାନ୍ତିମୟ, ପଦ-କମଳେ ;
ଶୂନ୍ୟ ଯାର ଚରାଚର, ଜନନୀ-କୋଳ ମାତର, ତାର ଆଦର-ଆକର ମହୀ-ମଣ୍ଡଳେ ।
ଜନନୀ ଯା ରତ୍ନ-ଗରଭା,
କାହିଁକି ସେ ଅନ୍ୟ ସ୍ଥାନ ଲୋଡ଼ିବ ଅବା ?” ॥୨୦॥

Translation

Auspiciously came Usha, the blooming lotus-eyed dame, in her heart cherishing keenly, thirst for a vision of the virtuous Janaki
Bearing dew-pearls as presentation, in her hands of leafage, standing forward in the outer courtyard of Sita’s cottage,
in cuckoo’s tone spake she :
“O Chaste Lady ! Deign to give your sight ; Dawned the night.”

The saffron costume of auroral shine, flowers’ smiling bloom
and tranquil mien make a room in the mind to presume :
Some goddess of Yoga reaching the place,
by sweet words giving solace
calls to render relief from pangs of grief.

From heaven on earth as if has descended to bestow a new life.

Musical tune Zephyr sang swinging, Black Bee played on lute charming.
By Usha’s bidding, in dance, rapt remained Fragrance.
Kumbhatua bird as a royal bard, began to eulogize forward.
As the panegyrist premier Kalinga bird appeared there
and spake in voice gracefully sweet :
“Wake please,
O Queen of the empire of chaste ladies !
Dawned the night.”

Illustration by Dr. Devdutt Pattanaik, mythologist.

Illustration by Dr. Devdutt Pattanaik- http://www.devdutt.com

From Odia Kavya ‘Tapasvini ’ of Poet Gangadhara Meher.
English translation by: Dr. Harekrishna Meher.


Read the entire Tapaswini in Odia with commentaries in Simple Odia here

http://oaob.nitrkl.ac.in/15/3/Tapaswini1.pdf